Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

PRABINA KU, KHADANGA

Others

4  

PRABINA KU, KHADANGA

Others

ଓଠ ତଳ ହସ

ଓଠ ତଳ ହସ

1 min
868


ବହୁଦିନ ପରେ ଦୁଃଖ ଅପସରି

ଖୁସିର ପସରା ଆସିଛି

ମନ ଅଗଣାରେ ହସର ଜୁଆର

ଗହନ କଥା କହି ଯାଉଛି ।

ସୁଖ ଦୁନିଆରେ ପାଦ ଦଉ ଦଉ

ଆଖି ମୋ ଜକେଇ ଆସୁଛି

ଅତୀତର ଅନୁଭବ କ୍ଷତସ୍ଥାନ ସବୁ

ଆଖିରେ ସାଇତି ରହିଛି ।

ଦୁଃଖକୁ ସାଉଁଟି ଖୁସିର ଲୁହ ଟୋପେ

ଓଠକୁ ଓଦା କରୁଛି

ଧାର ଧାର ହୋଇ ଖୁସିର ଲହରୀ

ଆଖି ପଲକରେ ବୋହି ଯାଉଛି ।

ସ୍ବପ୍ନ ସତ ହେଲା ସ୍ମୃତି ଚିହ୍ନ ଦେଖି

ଖୁସିରେ ମନ ନାଚି ଯାଉଛି

ହାରିଯାଇଥିବା ଜୀବନ ପଶାପାଲି ଖେଳେ

ଆଜି ବିଜୟୀ ହୋଇଛି ।

କିଛି ଲୁହ ଆଜି ଝଲସେ ହସରେ

ହାତ ପାହାନ୍ତରେ ଖୁସି ପାଇ

ନାଚି ଯାଏ ପାଦ ଝୁମି ଯାଏ ମନ

ବାସ୍ତବ ଖୁସି ପରିଚୟ ନେଇ ।


Rate this content
Log in