Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABINA KU, KHADANGA

Inspirational

4  

PRABINA KU, KHADANGA

Inspirational

କିଛି ହାର୍ ଲଢ଼ିବା ଶିଖାଏ

କିଛି ହାର୍ ଲଢ଼ିବା ଶିଖାଏ

1 min
333


କିଛି ହାର ଜୀବନରେ ଲଢ଼ିବା ଶିଖାଏ

କିଛି ସଜାଇଦିଏ ଦୋଷୀ

ଆୟୁଷ ରେଖା ବଞ୍ଚିବା ବାହାନାରେ

ଧିରେ ଧିରେ ଯାଏ ଖସି ।


କିଛି ହସ ମୁଖେ ଦୁଃଖକୁ ଭୁଲାଏ

କିଛି ଝରେ ଆଖି ଲୁହେ

ଅନ୍ୟ ପାଇଁ ନିଜେ ସଳିତା ସାଜି

ଜଳୁଥାଏ ନିଜେ ନିଜ ଦେହେ ।


କିଛି ସ୍ମୃତି ମନେପଡେ ଦୁଃଖ ଭୁଲେଇ

ଭୁଲିବାକୁ ଆରମ୍ଭ ଅତୀତ

ଗଢ଼ିବାକୁ ଆଉ ଏକ ନୂଆ ସ୍ଵପ୍ନପୁରୀ

ଆଖି ପରଦାକୁ କରି ପଣତ ।


କିଛି ସତ କେବେ ଲୁଚି ବସିରହେ

ମିଛ ମାୟା ଆଢ଼ୁଆଳେ

ଅନ୍ଧାରୀ ମୁଲକରେ ଆଲୋକର ଶିଖା

ଶେଷ ଚିତା ଜଳିବା ଯାଏଁ ।


କିଛି ବାଟ ଚାଲୁ ଚାଲୁ ବାଟବଣା ହୁଏ

ଜୀବନର ଚଲାପଥେ

ଚିହ୍ନା ପଡ଼ିଥାଏ ବନ୍ଧା ଅଚିହ୍ନା ପାଖରେ

ଶେଷ ମୁହୂର୍ତ୍ତର ଅପେକ୍ଷାରେ ।


କିଛି ପୁଣ୍ୟ ଆଶେ ପାପ ଅର୍ଜୁଥାଏ

ନଥାଏ ପାଖେ ଉତ୍ତର

ପ୍ରତ୍ୟେକ ମୁହୂର୍ତ୍ତରେ ଘୁରି ବୁଲୁଥାଏ

ମାଗି ମାଗି କ୍ଷମା ବର ।


Rate this content
Log in

Similar oriya poem from Inspirational