STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ଅଖଣ୍ଡ ଭାରତ

ଅଖଣ୍ଡ ଭାରତ

1 min
878

ହୋଇ ଏକ ମୁଖ ଭୁଲିଯିବା ଦୁଃଖ

ଦୁଃଖ ଯିବ ଅପସରି

ସରି କେଉଁ ଦେଶ ଭାରତ ସମାନ

ମାନବତା ଧର୍ମ ବରି।

ଜାତି ଜାତି ଫୁଲ କିଏ ହେବ ତୂଲ

ତୁଳନା ତାହାର ନାହିଁ

ନାହିଁ ତା'ର ମୂଲ ମୂଲ ତା ଅମୂଲ

ମୂଲ କେ ପାରିବ ଦେଇ।

ଅସଂଖ୍ୟ ଖଣ୍ଡରେ ଖଣ୍ଡିତ ମୋ ଦେଶ

ଦେଶବାସୀ ନୀତି ହୀନ

ହୀନ ଚକ୍ରାନ୍ତର ସମସ୍ତେ ଶିକାର

କାରଣ ତା ଅଗଣନ।

ସର୍ଦ୍ଦାର ବଲ୍ଲଭ ହୋଇ ଦେବଦୂତ

ଦୂତ ବେଶେ ଦେଶ ଭ୍ରମି

ଭ୍ରମିତ ଶାସକ ମନରେ ସରାଗ

ରାଗ, ଦ୍ୱେଷ ଗଲା କମି ।

ପାଞ୍ଚଶ ବାଷଠି ଗଡ଼ଜାତ ଦେଶ

ଦେଶ ମଧ୍ୟେ ଗଲେ ମିଶି

ମିଶି ପାଞ୍ଚ ମନ କଲେ ସ୍ବାର୍ଥ ଦାନ

ଦାନ ବିତ୍ତେ ହେଲୁ ଖୁସି ।

ସର୍ଦ୍ଦାର ବଲ୍ଲଭ ସେ ଲୌହ ମାନବ

ନବ ଆଶା ଦେଲେ ଭରି

ଭରିଗଲା ସୁଖ ଅମଳିନ ମୁଖ

ମୁଖ ଚନ୍ଦ୍ରମା କେ ସରି।

ତ୍ରିରଙ୍ଗା ଉଡଇ ଆକାରର କୋଳେ

କୋଳେ ଧରି ଜନ ଗଣ

ଗଣତନ୍ତ୍ର ଦିଏ ସମାନ ସୁବିଧା

ବିଧାତା ଯେ ମହୀୟାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational