STORYMIRROR

Anam Charan Sahoo

Romance

3  

Anam Charan Sahoo

Romance

ପ୍ରେମ କେବେ ମରେନା

ପ୍ରେମ କେବେ ମରେନା

1 min
174

ଧନ ବାଣ୍ଟିଦେଲେ ସରିଯାଏ ଭବେ

ବିଦ୍ଯା ଅଟେ ଭବେ ଅସରା ଧନ

ସ୍ବାର୍ଥ ପୂର୍ଣ୍ଣ ପ୍ରେମ ମରିଯାଏ ସିନା

ଶାଶ୍ବତ ପ୍ରେମର ନାହିଁ ମରଣ।

ପ୍ରେମେ ପ୍ରତିଦାନ ଆଶା କରେ ଯିଏ

ପ୍ରକୃତ ପ୍ରେମିକ ନୁହଁଇ ସିଏ

ତ୍ଯାଗ, ବଳିଦାନ ଯାହା ପ୍ରେମେ ଥାଏ

ଅମରତ୍ବ ତାକୁ ଚୁମ୍ବନ ଦିଏ।

ସନ୍ତାନଙ୍କ ପ୍ରତି ବାତ୍ସଲ୍ୟ ମମତା

ମାଆର ମନରୁ ମରେନା କେବେ

ହେଉ ପିଲା,ଯୁବା ଅବା ସେ ବୟସ୍କା

ମଥା ଆଉଁସଇ ଦେଖଇ ଯେବେ।

ସ୍ବାମୀ ସ୍ତ୍ରୀ ସମ୍ପର୍କ ଦିବ୍ଯତାର ଯୋଗ

ମଧୁଠାରୁ ମଧୁ ପୀରତି ସ୍ପର୍ଶ

କେତେ କଳିଗୋଳ ସଂସାର ଜଞ୍ଜାଳ

ତଥାପି ଜୀବନେ ଖେଳଇ ହର୍ଷ।

ରାଧା କୃଷ୍ଣ ପ୍ରେମ ମୀରା କୃଷ୍ଣ ପ୍ରେମ

ଏବେବି ଜଗତେ କଲ୍ଯାଣୀ ଧାରା

ସୀତାଲାଗି ରାମ ବାନ୍ଧି ସେତୁବନ୍ଧ

ରାବଣ ବଧିଲେ ଉସ୍ବାସୀ ଧରା।

ନିଷ୍କାମ ପ୍ରେମକୁ ଆପଣାର କର

ସକାମ କର୍ମକୁ ବଳି ପକାଇ

ଅଜର,ଅମର ଦୁନିଆ କହିବ

ସ୍ମୃତି ଚିହ୍ନ ତା'ର ହୃଦେ ଅଙ୍କାଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance