STORYMIRROR

Anam Charan Sahoo

Romance

4  

Anam Charan Sahoo

Romance

ଗୋଟିଏ ଚକୋଲେଟ୍ ଭାଙ୍ଗି ଦୁହେଁ ଖାଇବା

ଗୋଟିଏ ଚକୋଲେଟ୍ ଭାଙ୍ଗି ଦୁହେଁ ଖାଇବା

1 min
384

ଆସ ଆସ ଆସ ବାନ୍ଧବୀ ମୋ ଆସ

ଚକୋଲେଟ୍ ଦିବସରେ

ଗୋଟିଏକୁ ଦୁହେଁ ବାଣ୍ଟିକି ଖାଇବା

ରହିଥିବା ଆନନ୍ଦରେ।

ଭବ ସଂସାରରେ ବସିବା ନାଆରେ

ଭଗବାନ ନାମ ସ୍ମରି

ମିଳିମିଶି ଦୁହେଁ ସଂସାରର ଭାର

ଉଠାଇବା ଭାଗ କରି।

ଚକୋଲେଟ୍ ରସ ଯେପରି ଆହାର

ଆସ୍ତେ ଆସ୍ତେ ଆମ୍ଭେ କରୁ

ସଂସାର ପୀୟୂଷ ସେପରି ଆସ୍ବାଦ

ଜୀବନରେ କଳ୍ପତରୁ।

ଚକୋଲେଟ୍ ରସ ଥରେ ହେଲେ ଶେଷ

ନଥାଏ ତା'ର ସୁଆଦ

ଜୀବନ ଆୟୁଷ ହୋଇଗଲେ ଶେଷ

ସରିଯାଏ ଜୀବ ବାଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance