STORYMIRROR

Chinmaya Kumar Nayak

Romance

4  

Chinmaya Kumar Nayak

Romance

ତୁ ଓ ମୁଁ

ତୁ ଓ ମୁଁ

1 min
262

ତୁ ଠିକ ସାଗର ପରି ନୀଳ ଓ ନିର୍ମୋହି

ମୁଁ ତୋତେ ଜଡେଇ ଧରିଥିବା 

ସୁବିଶାଳ ବାଲୁକା ଶଯ୍ୟାଟେ,

ଶତ ଲବଣାକ୍ତ ଅଭିମାନ ଓ ଅଝଟକୁ ତୋର

ଶୋଷିନିଏ ନିମିଷକେ

ତୁ ଯେବେ ମୋ ଛାତିରେ ମୁଣ୍ଡ ପିଟି

ମୋ ସହ ଗୋଳିଆ ହେଉ ଧୁଳିଆ ଦ୍ରଵଣ ପରିକା।


ପ୍ରଶାନ୍ତି ଭରା ତୋ ଗଭୀର ହୃଦୟେ

ପଡିଯିବ କାଳେ କେବେ ଅଶାନ୍ତିର ଭଟ୍ଟା

ସେଥିପାଇଁ ଜାଣେ ତୋର ଚଞ୍ଚଳ ସ୍ୱରୂପ

ମୁଖେ ତୋର ମିଛ ଅହଙ୍କାର

ଭିତରେ ତୁ ଶାନ୍ତ ସ୍ନିଗ୍ଧ ସ୍ଥିର ପ୍ରହେଳିକା।


ତୋ ପାଇଁ ସିନା ମୋର

ଆଜି ଏଠି ଏତିକି ଆଦର

ଅଗଣିତ ପ୍ରଶଂସକ ମୋ କୋଳରେ ବସିରହି

ସାଉଁଟି ନିଅନ୍ତି କେତେ ସ୍ୱପ୍ନର ଶାମୁକା,

ଉତ୍ଫୁଲିତ ଉତ୍ତାଳ ହୃଦୟେ

ଭରିଦେଉ ସାରା ବିଶ୍ୱେ

ନିର୍ଲିପ୍ତ ଆଶାର ମୁଗ୍ଧ ନିହାରୀକା।


ତୁ ଏମିତି ଲହଡ଼ି ଭାଙ୍ଗୁଥା

ମୋ ପ୍ରଶସ୍ତ ପ୍ରେମର ତୃଷାର୍ତ୍ତ ବକ୍ଷରେ,

ମୁଁ ସେମିତି ଭିଜୁଥାଏଁ

ପ୍ରଗାଢ଼ ତୋ ଆଲିଙ୍ଗନ ତୃପ୍ତ ଚୁମ୍ବନରେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance