Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Romance

4  

DILIP KUMAR SAHOO

Romance

ଅଧୁରା ସ୍ବପ୍ନ

ଅଧୁରା ସ୍ବପ୍ନ

1 min
470



ଭାବି ମୁଁ ନଥିଲି ଉଜାଣି ବହିବ

ପ୍ରେମର ଯମୁନା ନଈ

ମୋ ଅଧୁରା ସ୍ବପ୍ନ ପୂରା ହେବ ପୁଣି

ତୁମରି ପରସ ପାଇ ।


ହଜାର କଥାକୁ ପାଣିଗାର କରି

ତୁମେ ଚାଲିଗଲ ଦୂରେ

ପାରିବନି ବୁଝି କେମିତି ବାହୁନି

ମନ ପକ୍ଷୀ ମୋର ଝୁରେ

ତୁମେ ଗଲାପରେ ନିନ୍ଦା ଅପବାଦ

ଯାଇଛି ମୋ ସାଥୀ ହୋଇ ।


ବାଟଘାଟ ମଠ ଗାଧୁଆ ତୁଠରେ

ମୋ କଥାର ବସେ ହାଟ

ନକହିବା ଲୋକ କହିକହି ମୋତେ

କରୁଛନ୍ତି ଛଟପଟ

ସହିବାର ସୀମା ଟପିଗଲାପରେ

ଆଉ ମୁଁ ପାରୁନି ସହି ।


ଆଖିକୁ ପାରୁନି ବିଶ୍ୱାସ କରି ମୁଁ

ତୁମକୁ ପାଖରେ ଦେଖି

କାହ୍ନୁ ପୁଣି ସତେ ଲେଉଟି ଆସିଲେ

ନିରିମାଖି ମାନ ରଖି

ଅଧୁରା ସ୍ବପ୍ନ ମୋ ସତ ହେବ ଆଜି

ପ୍ରିତି ଫୁଲ ଯାଏ କହି ।



Rate this content
Log in