STORYMIRROR

Chinmaya Kumar Nayak

Abstract Romance

5  

Chinmaya Kumar Nayak

Abstract Romance

ଆଖିରେ ଆଖିରେ

ଆଖିରେ ଆଖିରେ

1 min
611

କେତେ ଶବ୍ଦ ଲୁଚିଯାଏ ଅପ୍ରକାଶେ ଓଠର ବାରଣେ

ଆଖି କିନ୍ତୁ ହାରିଯାଏ ଲୁଚାଇବାକୁ ଭାବ ହୃଦୟରେ ।


ପ୍ରତିବିମ୍ବ ହୃଦୟର ଭାସିଉଠେ ଆଖିରେ ଆଖିରେ

ଚିହ୍ନା ପଡ଼େ ଅଚିହ୍ନା ମଣିଷ ସେଇ ଯୋଡିଏ ଆଖିରେ।


ବ୍ୟଥା ବେଦନା ଯେତେ ଫୁଟି ଉଠେ ଆଖିରେ ଆଖିରେ

ବୁଝିଦେଲେ ଏ ମନଟା ଭରିଯାଏ ଅବ୍ୟକ୍ତ କୋହରେ।


ଆଖିର ଇଶାରାରେ ମୋତେ କିଣିନେଲା ସମ୍ମୋହିତ କରି

ଭାରି ଗର୍ବ ଥିଲା ମୋତେ କେହି କେବେ ପାରିବେନି କିଣି ।


କେଜାଣି କେତେ ରାତି ପରେ ଶୋଇଥିଲି ନିଘୋଡ଼ ନିଦରେ

ଆଖିକୁ ମୁଁ କହିଥିଲି ଆସିବ ବୋଲି ତୁମେ ସପନ ଭିତରେ ।


ତୋ ଆଖିରେ ଚିକ୍ ମିକ୍ କରେ ଯେବେ ଜ୍ୟୋତି ଆନନ୍ଦର

ମୋ ମନରେ ଉଇଁ ଆସେ ତାରଫୁଲେ ଜହ୍ନର ଆସର ।


କହିଥିଲି କେତେ କଥା ତୁମକୁ ମୋ ଅବୁଝା ଆଖିରେ

ତୁମ ଆଖି ଚିହ୍ନିଲାନି ଭାଷା ଯେତେ ଅବ୍ୟକ୍ତ ଆଖିରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract