DILIP KUMAR SAHOO
Literary General
AUTHOR OF THE YEAR 2021 - NOMINEE
846
Posts
39
Followers
0
Following
ସାହିତ୍ୟ ଓ ସୃଜନୀ ର ବିସ୍ତୀର୍ଣ୍ଣ ପଥରେ ମୁଁ ଜଣେ ନିରଳସ ପାନ୍ଥ । କେବେ କ୍ୟାମେରା ର ଲେନ୍ସ ରେ ମୁଁ କଏଦ କରିଛି ଜୀବନକୁ, ତ ଆଉ କେବେ ଶବ୍ଦର ନାଡି ଧରି ମାପିଛି ଆବେଗର ବେଗ । ଦୂରଦର୍ଶନର ପର୍ଦାରେ ସୃଜନୀର ତୁଳିଧରି ମୁଁ ଆଙ୍କିଛି ଆମ ସଂସ୍କୃତି , ପରମ୍ପରା ଆଉ ଜୀବନର ବିବିଧ ଚିତ୍ର ସବୁ । ମାଟି କୁ ମାଆ ଓ ଗାଆଁ କୁ ସ୍ବର୍ଗ ମଣେ, ତେଣୁ ଆଜିବି ସହରର... Read more
ସାହିତ୍ୟ ଓ ସୃଜନୀ ର ବିସ୍ତୀର୍ଣ୍ଣ ପଥରେ ମୁଁ ଜଣେ ନିରଳସ ପାନ୍ଥ । କେବେ କ୍ୟାମେରା ର ଲେନ୍ସ ରେ ମୁଁ କଏଦ କରିଛି ଜୀବନକୁ, ତ ଆଉ କେବେ ଶବ୍ଦର ନାଡି ଧରି ମାପିଛି ଆବେଗର ବେଗ । ଦୂରଦର୍ଶନର ପର୍ଦାରେ ସୃଜନୀର ତୁଳିଧରି ମୁଁ ଆଙ୍କିଛି ଆମ ସଂସ୍କୃତି , ପରମ୍ପରା ଆଉ ଜୀବନର ବିବିଧ ଚିତ୍ର ସବୁ । ମାଟି କୁ ମାଆ ଓ ଗାଆଁ କୁ ସ୍ବର୍ଗ ମଣେ, ତେଣୁ ଆଜିବି ସହରର ଚିକମିକ୍ କୋଠାରେ ମୁଁ ଖୋଜେ ଗାଆଁ ମାଟିଘର ବାସ୍ନା ।
କଟକ ଜିଲ୍ଲା ଚୌଦାର ନିକଟବର୍ତ୍ତୀ ଶଙ୍କରପୁର ଗ୍ରାମର ଶ୍ରୀ ନାରାୟଣ ସାହୁ ଏବଂଶ୍ରୀମତୀ ଗୋଲାପରାଣୀ ସାହୁଙ୍କ ପ୍ରଥମ ସନ୍ତାନ ଭାବରେ ୧୯୬୦ ମସିହା ଜୁଲାଇ ମାସଆଠ ତାରିଖରେ ମୋର ଜନ୍ମ । ବଣ ପାହାଡ ପରିବେଷ୍ଟିତ ଆମ ଗ୍ରାମର ଅପୂର୍ବ ସୌନ୍ଦର୍ଯ୍ୟ ମୋତେ କବି ଓ କଳାକାର ହେବା ପାଇଁ ପ୍ରେରଣା ଦେଇଛି ।
ମୋର ଚାରିଗୋଟି କବିତା ପୁସ୍ତକ ଓ ଗୋଟିଏ ଗଳ୍ପ ସଙ୍କଳନ ପ୍ରକାଶିତ ହୋଇଛି । ସେଗୁଡ଼ିକ ହେଲା ଆଈ ଓ ଟିଭି, ଗଛଟିଏ ଗୀତଟିଏ, ତାନି ଖାଏ ପଖାଳ ଓ
ରାଜଧାନୀଆ ବାବୁ ଏବଂ ଅସମୟର ସ୍ବର। ମୋର ପ୍ରଥମ ପୁସ୍ତକ "ଆଈ ଓ ଟଭି" ଭୁବନେଶ୍ୱର ପୁସ୍ତକ ମେଳାରେ ଶ୍ରେଷ୍ଠ ଶିଶୁ ସାହିତ୍ୟ ପୁରଷ୍କାର ଲାଭ କରିଥିଲା ।
୨୦୨୦ ମସିହା ଜୁଲାଇ ୩୧ ତାରିଖରେ ମୁଁ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ ରୁ ଅବସର ନେଇ ଏବେ ନିଜ ଗାଁ ଶଙ୍କରପୁର ରେ ଅବସ୍ଥାପନ କରୁଛି । ଗାଁ ମୋତେ ଭଲଲାଗେ ବୋଲି ଗାଁ ରେ ରହି ଜାରିରଖିଛି ମୋ ସାରସ୍ୱତ ସାଧନା ।ମୋ ସାଧନା କୁ ତ୍ବରାନ୍ବିତ କରିବାରେ ସହାୟକ ହେଉଛି ଷ୍ଟୋରି ମିରର୍ । Read less
Share with friends