STORYMIRROR

DILIP KUMAR SAHOO

Tragedy

4  

DILIP KUMAR SAHOO

Tragedy

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ

ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ

1 min
18


ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ 
ଦିଲ୍ଲୀପ କୁମାର ସାହୁ
""""""""""""""""""""""""
ଯୁଦ୍ଧ ନୁହେଁ ଆମେ ଶାନ୍ତି ଚାହୁଁ
ମୃତ୍ୟୁ ନୁହେଁ ଆମେ ଜୀବନ ଚାହୁଁ
ଯୁଦ୍ଧଖୋରଙ୍କ ହୃଦୟ ତରଳୁ
ଏତିକି ପ୍ରାର୍ଥନା ହେ ମହାବାହୁ...

ମଧ୍ଯ ପ୍ରାଚ୍ଯର ଯୁଦ୍ଧ ବିଭୀଷିକା
ବିଶ୍ବ ବ୍ରହ୍ମାଣ୍ଡ ର ଥରଇ ଛାତି
ଅକାଳ ମରଣ କରୁଣ ଚିତ୍କାର
ତତଲା ରକତେ ଭିଜଇ ମାଟି
ପାଶୋରି ଦିଅନି ମଣିଷ ପଣିଆ
ପ୍ରତି ଭାରତୀୟ ଏତିକି ଚାହୁଁ...

ନିମିଷକେ ତୁମେ ପ୍ରଳୟ ରଚୁଛ
ସ୍ମଶାନ ପାଲଟେ ସୁନ୍ଦର ସୃଷ୍ଟି
ଗୋଳାବାରୁଦ ର ଗର୍ଜନ ନିଏ
ନିରିହ ଆଖିରୁ ସପନ ଲୁଟି
ଲୁହ ତୁମେ ଯଦି ପୋଛି ନଜାଣିଛ
କାହିଁକି ବୁହାଅ ମାଟିରେ ଲହୁ ?

ଆଶା ଆଶଙ୍କାରେ ଆତଙ୍କିତ ଧରା
ଅଙ୍କ କଷୁଛନ୍ତି ସାରା ଦୁନିଆ
ପବନରେ ଭରା ଧୂଆଁର ଜହର
ସାଗର ଜଳରେ ଜଳୁଛି ନିଆଁ
ହେ ମହା ଶକତି ମହା ସମରର
ଆଶଙ୍କା ମନରୁ ଦୂରେଇ ଯାଉ...

ଅବୁଝା ମଣିଷ ମିଛେ ବାଟବଣା
ଦେଖେଇ ହୁଅନ୍ତି ତାଙ୍କ ବଡେଇ
ତୁମେ ନଚାହିଁଲେ ଆହେ ଦୟାମୟ
ଶେଷ ହେବନାହିଁ ଏଇ ଲଢେଇ
ଯୁଗଯୁଗର ଏ ମାନବ ସମାଜ
ଯୁଦ୍ଧ ପାଇଁ ପ୍ରଭୁ ଧ୍ବଂସ ନପାଉ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy