STORYMIRROR

Kabiratna Nutan Kumar Behera

Tragedy Classics Inspirational

3  

Kabiratna Nutan Kumar Behera

Tragedy Classics Inspirational

ସଂଘର୍ଷ

ସଂଘର୍ଷ

1 min
162


ମାଟି ବିଦାରି ଅଙ୍କୁରି ଉଠୁଥିବା ଚାରା ଗଛଟିଏ

ଅବା ମହାଦ୍ରୁମର ଲମ୍ଵି ଯାଇଥିବା ଚେର ସବୁ

ପ୍ରତି ମୁହୂର୍ତ୍ତରେ କରି ଚାଲିଥାନ୍ତି ସଂଘର୍ଷ 

କଅଁଳୁଥିବା ପତ୍ରଠୁ ମେଲୁଥିଲା ଶାଖା ପ୍ରଶାଖା 

ବଢ଼ିବା ପାଇଁ ଫୁଲ ଫଳ ଦେବା ପାଇଁ ହିଁ

ଥା'ନ୍ତି ପ୍ରକୃତି କୋଳରେ ପ୍ରତିକୂଳକୁ ସାମ୍ନା କରି 

ସୂର୍ଯ୍ୟର ଉଦୟରେ ଆସେ ଆଲୋକ

ଅସ୍ତ ହେଲା ପରେ ଘୋଟିଯାଏ ଘନ ଅନ୍ଧାର

ଆଲୋକ ଅନ୍ଧାରର ଚାଲିଥାଏ ସଂଘର୍ଷ

ଓଠରେ ଫୁଟାଇବାକୁ ମନ ଖୋଲା ମିଠା ହସ

ଝରି ଯାଉଥିବା ଆଖିର ଲୁହକୁ ପୋଛିବା ପାଇଁ

ପେଟର କ୍ଷୁଧା ମନର ଆଶା ଅଭିଳାଷ

ସବୁ କିଛିର ସଫଳତା ପାଇଁ ଚାଲିଛି ସଂଘର୍ଷ

ବଣ ଜଙ୍ଗଲର ଆଦିମ ଅଧିବାସୀଙ୍କଠାରୁ

ଏ ଯାଏଁ ଆଗକୁ ଆଗେଇ ଆସିଥିବା ସଭ୍ୟ ଶିକ୍ଷିତ

ଜାରି ରଖିଛି ସେଇ ସଂଘର୍ଷର ଧାରା କ୍ରମଶଃ 

ଦୁନିଆଁରେ ବଞ୍ଚି ରହିବାକୁ ସମସ୍ତଙ୍କର ଇଚ୍ଛା ଆଶା

ଜିତୁ ଜିତୁ ହାରେ ପୁଣି ହାରି ଯାଇ ଜିତେ

ଉତ୍ଥାନ ପତନରେ ପ୍ରବାହିତ ହୁଏ ଜୀବନଧାରା

ସଂଘର୍ଷ ବିନା କ୍ଷଣେ ବଞ୍ଚି ରହିବାର ନାହିଁ ସମ୍ଭାବନା

ଜୀବନର ପ୍ରତି ପାଦରେ ଅଜଣା ଆତଙ୍କର ଭୟ 

ଘଣ୍ଟାର ପ୍ରତିଟି ଟିକ୍ ଟିକ୍ ଶବ୍ଦ ଲାଗେ ଘଡ଼ିସନ୍ଧି

ସେଇ ଅଦେଖା ଭବିଷ୍ୟତକୁ ସ୍ଵାଗତ କରିବା ପାଇଁ

ଅନ୍ଧାର ଭିତରେ ଆଲୋକ ଖୋଜିବା ତ

ବର୍ତ୍ତମାନର ଜୀବନ ଆସନ୍ତାକାଲିର ନୂଆ ସକାଳ

ସବୁଠି ସବୁବେଳେ ଚାଲିଛି ଚାଲିଥିବ ସଂଘର୍ଷ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy