STORYMIRROR

Goutam Mohanty

Tragedy Classics Inspirational

5  

Goutam Mohanty

Tragedy Classics Inspirational

#ମରୀଚିକା#

#ମରୀଚିକା#

1 min
559


ମରୁର ସୈକତେ  ପଥିକାଟିଏ ମୁଁ

   ପ୍ରେମିକ ମୋ ମରୀଚିକା

ପଛେ ଧାଇଁ ଧାଇଁ   ଅବଶ ହେଲିଣି

   ଲାଗିଲାଣି ଭାରି ଥକ୍କା।।

ଆଶା ମନେ ନେଇ  ଧାଇଁ ଯାଏ ମୁହିଁ

     ଛୁଇଁବାକୁ ମୋ ସପନ

କୋମଳ ପାଦ ମୋ   କଣ୍ଟାରେ ତ ଫୁଟି

     ରକ୍ତ ବୁହେ ଘନ ଘନ।।

ମନ ତା'ର ସତେ   ଶୁଷ୍କ ଉତ୍ସକୂପ

     ବଚନ ତା' କାକଟ

ପଦେ ପଦେ କଥା   ଯନ୍ତ୍ରଣା ଦିଅଇ

    ହାଡୁ ଝଡିଯାଏ ମାଂସ।।

ମରୁଭୂମିର ସେ     ତପ୍ତ ସୂର୍ଯ୍ୟ ପ୍ରାୟ

     ମୁଖ ତାର ମୃଗତୃଷ୍ଣା

ତା ପଛେ ଯାଇ     ହୋଇଗଲି ବାଇ

     ତନୁ ମୋର ଜୀର୍ଣ୍ଣଶୀର୍ଣ୍ଣ।

ବାରି ମିଳିଲାନି    ତା'କୁ ପାଇଲିନି

     ବଢି ବଢି ଗଲା ତୃଷ୍ଣା

ଅନ୍ଧାରି ମରୁରେ    ବାଟ ଚାଲୁଥିଲି

     ହୋଇ ମୁଁ କ୍ଷୀଣସ୍ପନ୍ଦନା।।


ଛାଡିଲି ସପନ      ଜଞ୍ଜାଳ ଗହନ

     ଲକ୍ଷ୍ୟ ତା'କୁ କଲି ଏକା

ପାଇଲିନି କିଛି     ନପାରିଲି ବଞ୍ଚି

     ଥିଲା ସିଏ ମରୀଚିକା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy