STORYMIRROR

Goutam Mohanty

Romance Fantasy

3  

Goutam Mohanty

Romance Fantasy

ଏ ସହର ଶୋଇବା ପରେ

ଏ ସହର ଶୋଇବା ପରେ

1 min
170


ଏଇ ଶୁଣୁଛ!

ତୁମେ କାହିଁକି ବା ବାରମ୍ବାର 

ଅଭିଯୋଗ ପରେ ଅଭିଯୋଗ କରିଚାଲିଛ

ତୁମେ କଣ ଜାଣିନାହଁ ଏ କୋଳାହଳ ଭିତରେ

ମୋତେ ବିରକ୍ତି ଓ କଠୋରପଣ ର ଭୟ 

ଟିକେ ତ ରୁହ

ସଞ୍ଜ ଟିକେ ନଇଁ ଆସୁ 

ଧିରେ ଧିରେ ଏ ଧାଁ ଦଉଡ଼ ନିରବ ହୋଇଗଲେ

ମୁଁ ବି ଧିମେଇ ଧିମେଇ ଆଉଜି ଆସିବି

ତୁମ ପାଖକୁ

ଗହଳି ଭିତରେ କଣ ସ୍ୱାଦ ବାରି ହେଉଛି

ରାତିର ବୟସ ଟା ବଢିଯାଉ

ତା' ଯୌବନରେ ସହର ଟା ବୁଢା ଭଳି

ଥକି ଶୋଇଯିବ 

ଆମ ପାଇଁ ସଜାଥିବ କୋଟିଏ ତାରା ରୋଷଣୀ

ଶୀତଳ ଜୋଛନା 

ନିଶବ୍ଦ ମୁକୁଳା ପ୍ରହରେ

ମୋ କାନେ ତୁମ ଚୁପଚୁପ କଥା 

ମେଞ୍ଚାଏ ଅଭିମାନ ଭରା ପ୍ରେମ 

ତୁମେ ଅଜାଡି ଦେଉଥିବ 

ଆଉ ମୁଁ ସାଉଁଟିବାରେ ବେସ୍ତ ଥିବି

ସହରର ନିଦ ଗାଢ଼ ହୋଇଗଲେ

ଆମେ ଦୁହେଁ ବୁଲି ଆସିବା 

ଭାବନାର ରାଇଜରେ ହଜି

ଆମ ସ୍ୱପ୍ନର କୁଡ଼ିଆରେ

ଯେଉଁଠି କେବଳ ଆମେ ର ନିଜରପଣ

ବାନ୍ଧିଥିବ ଆମକୁ ପ୍ରେମ ର ରଶୀ ରେ

ଏ ସହର ଶୋଇବା ପରେ

ଆମେ ରଚିବା ଆମ କାହାଣୀ

କିଛି ଧାଡି ତୁମ ଠୁ

କିଛି ପୁଣି ମୋ ଠୁ

ରୁହନା!

ଏଇ ସହର ଟିକେ ଶୋଇଯାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance