STORYMIRROR

Goutam Mohanty

Tragedy Classics Others

3  

Goutam Mohanty

Tragedy Classics Others

ମୁଢ଼ି

ମୁଢ଼ି

1 min
127


ଆମେ ବାଲେଶ୍ଵରୀଆଙ୍କର

ଅତି ପ୍ରିୟ ହେଲା ମୁଢ଼ି

ମୁଢ଼ି ଆମ ପ୍ରାଣ

ମୁଢ଼ିରେ ଆମରି ଜୀବନ

ଧନୀ ହେଉ ବା ଗରିବ 

ଘରେ କିଛି ଥାଉ ବା ନଥାଉ 

ଟିଣେ ମୁଢ଼ି ଥିବ

ମୁଢ଼ି ଆମର ଜୀବନ ସର୍ବଶ୍ବ

ଆମ ଜୀବନ ରେଖା

ଏଥିରେ ବଞ୍ଚି ରହିଛି 

ଆମର ଇତିହାସ ।

ମୁଠେ ଅଧେ ନୁହେଁ

ଆମର ବେଲାଏ ମୁଢ଼ି ଦରକାର

ଗୋଟିଏ ପେଟ ପାଇଁ

ବେଶୀ କିଛି ଦରକାର ନାହିଁ

ଫାଳେ ପିଆଜ ଗୋଟିଏ କଞ୍ଚା ଲଙ୍କା

ଟିକିଏ ଲୁଣ 

ବାସ୍ ସେତିକି ଯଥେଷ୍ଟ

ଆମ ପେଟ ପାଇଁ

ଆଉ ବାରିପଦାରେ ପ୍ରସିଦ୍ଧ 

ମାଂସ ମୁଢ଼ି ।

ଏବେ ଜି.ଏସ୍.ଟି ଲାଗିଲା

ମୁଢ଼ି ଉପରେ

ଆମେ କିନ୍ତୁ ବିନଦାସ୍...

ଆଗଭଳି

କାରଣ ଖୋଲା ମୁଢ଼ି

ଟ୍ୟାକ୍ସ ଫ୍ରୀ

ଆମ ପେଟ ଫୁଲ୍ ଥିଲା

ଏବେ ଅଛି

ମୁଢ଼ି ଭଲ ତ ଆମେ ଭଲ ନୀତିରେ 

ଆମେ ସବୁ ଖୁସ୍ 

ଆଉ ଯାହାସବୁ ଗୁଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy