ମୁଢ଼ି
ମୁଢ଼ି
ଆମେ ବାଲେଶ୍ଵରୀଆଙ୍କର
ଅତି ପ୍ରିୟ ହେଲା ମୁଢ଼ି
ମୁଢ଼ି ଆମ ପ୍ରାଣ
ମୁଢ଼ିରେ ଆମରି ଜୀବନ
ଧନୀ ହେଉ ବା ଗରିବ
ଘରେ କିଛି ଥାଉ ବା ନଥାଉ
ଟିଣେ ମୁଢ଼ି ଥିବ
ମୁଢ଼ି ଆମର ଜୀବନ ସର୍ବଶ୍ବ
ଆମ ଜୀବନ ରେଖା
ଏଥିରେ ବଞ୍ଚି ରହିଛି
ଆମର ଇତିହାସ ।
ମୁଠେ ଅଧେ ନୁହେଁ
ଆମର ବେଲାଏ ମୁଢ଼ି ଦରକାର
ଗୋଟିଏ ପେଟ ପାଇଁ
ବେଶୀ କିଛି ଦରକାର ନାହିଁ
ଫାଳେ ପିଆଜ ଗୋଟିଏ କଞ୍ଚା ଲଙ୍କା
ଟିକିଏ ଲୁଣ
ବାସ୍ ସେତିକି ଯଥେଷ୍ଟ
ଆମ ପେଟ ପାଇଁ
ଆଉ ବାରିପଦାରେ ପ୍ରସିଦ୍ଧ
ମାଂସ ମୁଢ଼ି ।
ଏବେ ଜି.ଏସ୍.ଟି ଲାଗିଲା
ମୁଢ଼ି ଉପରେ
ଆମେ କିନ୍ତୁ ବିନଦାସ୍...
ଆଗଭଳି
କାରଣ ଖୋଲା ମୁଢ଼ି
ଟ୍ୟାକ୍ସ ଫ୍ରୀ
ଆମ ପେଟ ଫୁଲ୍ ଥିଲା
ଏବେ ଅଛି
ମୁଢ଼ି ଭଲ ତ ଆମେ ଭଲ ନୀତିରେ
ଆମେ ସବୁ ଖୁସ୍
ଆଉ ଯାହାସବୁ ଗୁଲି ।