Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Mohanty

Classics Fantasy Inspirational

3  

Goutam Mohanty

Classics Fantasy Inspirational

ଦ୍ରୌପଦୀ

ଦ୍ରୌପଦୀ

1 min
178



ଦ୍ରୌପଦୀ,

ଏକ ସାଧାରଣ ଶବ୍ଦ ନୁହେଁ 

ଅବା ସେହି ଦ୍ଵାପର ଯୁଗରେ 

ପୁରାଣ ବର୍ଣ୍ଣିତ ନାରୀ ଚରିତ୍ର ଟିଏ

ଦ୍ରୌପଦୀ ଏକ ଯୁଦ୍ଧର ସଂଳାପ 

ସଂଘର୍ଷମୟ ଜୀବନର ଗାଥା 

ଏକା ଲଢ଼ିବାକୁ ପ୍ରେରଣା ଭିତରେ 

ଏକ ବିରାଟ ଆସ୍ପର୍ଦ୍ଧା

ପୂର୍ଣ୍ଣତା ପ୍ରାପ୍ତିର 

ନିର୍ଭର ପ୍ରତିଶ୍ରୁତି ।

ଦ୍ରୌପଦୀ,

ଏବେ ତୁମେ ପୁରାଣରେ ନାହଁ 

ବାସ୍ତବରେ ଅଛ 

ଆମ ସମସ୍ତଙ୍କ ଆଖି ସାମ୍ନାରେ

ଚାହଁଦେଖ ଥରେ ଦ୍ରୌପଦୀ

ତୁମକୁ ଦେଖିଲା ପରେ 

ଆଜିର ଦୁର୍ଯ୍ୟୋଧନ

ଏବଂ ଦୁଃଶାସନ ମାନେ 

ହାତ ଟେକି ଦେଲେଣି

ତୁମ ଆଗରେ 

ଆଉ ଏବେ ତୁମକୁ ଉପରକୁ

ହାତ ଟେକିବାକୁ ପଡ଼ିବନି

ସାରା ବିଶ୍ବକୁ ଆଜି ଜଣାଇଦିଅ

ତୁମେ ଏବେ ଅସହାୟ ନୁହେଁ

ନା ଅଛି ପାଞ୍ଚ ପତିଙ୍କର ପ୍ରୟୋଜନ 

ତୁମେ ଏକା ହିଁ ଯଥେଷ୍ଟ 

ସମ୍ପୂର୍ଣ ସମର୍ଥ ଏବଂ ପ୍ରସ୍ତୁତ  

କରିବାକୁ ନିଜର ସୁରକ୍ଷା

ଏବଂ ତୁମ ପାଇଁ

ସୁରକ୍ଷିତ ଆମ ଭାରତବର୍ଷ

ଆଗାମୀ ଦିନରେ ।


Rate this content
Log in

Similar oriya poem from Classics