STORYMIRROR

Goutam Mohanty

Inspirational Children

3  

Goutam Mohanty

Inspirational Children

ସାହସୀ ମହିୟସୀ

ସାହସୀ ମହିୟସୀ

1 min
183


ଭଞ୍ଜ କିରିଟିନୀ    ରାଇରଙ୍ଗ ମଣି

   ପ୍ରେରଣା ଉତ୍ସ ଦ୍ରୌପଦୀ,

ଗୋବର ଗଦାରେ  ପଦୁଅଁ ପରିକା

   ଦୃଢ଼ ଚିତ୍ତ ଆଶାବାଦୀ ।।


ଆଦିବାସୀ ଘରେ  ପ୍ରତିଭା ଭାସ୍କର

   ଉଜ୍ଜ୍ବଳେ ଉତ୍କଳ ଭୂଇଁ,

ସୁପ୍ତ ଓଡ଼ିଆଙ୍କ    ଚିର ଭାସ୍ୱର

   ଓଡ଼ିଶା ଉଠିଛି ଚେଇଁ ।।


ନାରୀ ନୁହଁଇ    ଅବଳା ଦୁର୍ବଳା

   ତୁମ ସାହସ ପ୍ରମାଣ,

ହରାଇ ପତି    ସନ୍ତାନ ତୁମର

  ହରାଇ ନାହଁ ଉଦ୍ୟମ ।।


ପଲ୍ଲୀରୁ ଦିଲ୍ଲୀକୁ   ସଂଘର୍ଷର ଯାତ୍ରା

    ସପନ ହୋଇଲା ସତ,

ଇଚ୍ଛାଶକ୍ତି ବଳେ  ବିଜୟର ଟିକା

  ପିନ୍ଧିଲ ଆଜି ହେ ମାତ ।।


ଓଡ଼ିଆ ଜାତିର   ଗର୍ବ ଗଉରବ

   ସୁମଙ୍ଗଳୀ ମହିୟସୀ,

ଅମ୍ଳାନ ସ୍ବାକ୍ଷର   ଲେଖିଲ ଭାରତେ

  କର୍ମବଳେ ହସି ହସି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational