ଧର୍ମପତ୍ନୀ
ଧର୍ମପତ୍ନୀ
ତୁମ ଆଗରୁ ନଥିଲେ କେହି
ତୁମ ପରେ ଆସିବେନି କେହି।
ତୁମେ ହିଁ ମୋର ମୁଁ ହି ତୁମର
ବଞ୍ଚିଥିବି ସାଥି ମରିବା ଯାଏ ମୁଁ
ତୁମରି ଶଙ୍ଖ ସିନ୍ଦୁରକୁ ନାଇ ।
ବାପା ମାର ମୁଁ ସୁନା ଝିଅ ଥିଲି
ଭାଇ ର ଥିଲି ମୁ ଗ୍ଲେହି
ବାପଘର ସୁଖ ସେ ଦିନୁ ଭୁଲିଛି
ଯେଉଁ ଦିନ ବିବାହ କଲି ।
ତୁମେ ମୋର ପତି ମୁଁ ତୁମ ପତ୍ନୀ
ସାତ ଜନମର ସାଥି
ଏ ସଂସାର ସାଗରେ ସୁଖରେ ଦୁଃଖରେ
କଟୁ ଆମ ଦିନ ରାତି ।
ନିଇତି ସଞ୍ଜରେ ତୁମରି ଦୁଆରେ
ସନ୍ଧ୍ୟା ବତୀଟିଏ ଜାଳି
ତୁମରି ବାଟକୁ ଚାହିଁ ରହିଥିବି
ରାତ୍ରି ଉପବାସ କରି ।
ଭାବରେ ହେଉକି ଅଭାବେ ହେଉ
ତୁମ ସହ ଭାବ ଅତୁଟ ରହୁ
ଆମ ଦୁହିଁଙ୍କର ପ୍ରେମର ଗଜଲ
ସବୁ ଦିନ ପାଇଁ ଏ ଦୁନିଆ ଗାଉ ।
ଏତିକି ଆଳି ମୋ ରଖିବ ଧନ
କୋକେଇ କୁ ମୋର କାନ୍ଧରେ ନେବ
ଆଉ କିଛି ମୋତେ ଦିଅ ବା ନ ଦିଅ
ଅଳତା ସିନ୍ଦୁର ପିନ୍ଧେଇ ଦେବ ।
ତୁମେ ମୋର ଅଛ ତୁମେ ହିଁ ରହିବ
ଭାଗ୍ୟ ରେଖା ହୋଇ ମୋର
ଏ ପବିତ୍ର ବନ୍ଧନ ବାନ୍ଧି ହୋଇଗଲା
ହୃଦୟର ହୋଇ ଡୋର ।।