Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Goutam Mohanty

Abstract Tragedy Others

3  

Goutam Mohanty

Abstract Tragedy Others

ଦ୍ରୌପଦୀ ତୁମେ ଧନ୍ୟା

ଦ୍ରୌପଦୀ ତୁମେ ଧନ୍ୟା

1 min
186



ଓଡିଶା ମାଟିରେ ମୟୁରଭଞ୍ଜର

ଆଦିବାସୀ କୁଳେ ଜନ୍ମ

ପିଲାଟି ଦିନରୁ ନମ୍ରତା ଗୁଣରେ

ଥିଲାଟି ତୁମ ସୁନାମ ।


ସଙ୍ଘର୍ଷ ଜୀବନେ ବାଧାବିଘ୍ନ କାଟି

ପାଠ ପଢ଼ାରେ ମନ

ରାଜନୀତି ଆଉ ନୀତି ଆଦର୍ଶରେ

ଜିଣିଲ ସବୁରି ମନ ।


ଉତ୍କଳ ମାଟିର ଓଡ଼ିଆ ଝିଅଟେ

ଭାରତ ଉଚ୍ଚ ଆସନେ

ଅଳଙ୍କୃତ କରି ହେବ ରାଷ୍ଟ୍ରପତି

ଭାବି ନଥିଲୁ ସ୍ୱପନେ ।


କର୍ମ ସାଧନାର ଫଳ ସ୍ୱରୂପ ଏ

ମିଳିଲା ପଦବୀ ଉଚ୍ଚ

ଓଡିଶା ମାଟିର ଗରବ ଗୌରବ

ଚିନ୍ତାଧାରା ତୁମ ସ୍ଵଛ ।4।


ପଙ୍କରୁ ଯେପରି ପଦ୍ମ ଜାତ ହୁଏ

ତୁମ ଜନମ ଜାତକ

ସୁଗୁଣ ସୁବାସେ ହସାଇବ ଦେଶ

ଦେଖାଇ ନବ ଆଲୋକ ।


ସବୁରି ମନରୁ ଆତଙ୍କ ବାଦର

ଭୟ ଦୁରୀଭୂତ ହେଉ

ଶାନ୍ତିର କପୋତ ସଗର୍ବେ ଭାରତେ

ଶାନ୍ତି ବାର୍ତ୍ତା ଉଡି ଗାଉ ।


ସାରା ଜଗତରେ ଭାରତ ମାଟିରେ

ଆଣିଲ ଜାତି ଗୌରବ

ଓଡିଶା ମାଟିର ପ୍ରଥମ ମହିଳା

ବାଣ୍ଟିବ ରାଷ୍ଟ୍ର ସୌରଭ ।


ଓଡ଼ିଆ ରମଣୀ ନାରୀ ନାରାୟଣୀ

ସୃଷ୍ଟିକର ଇତିହାସ

ମହିୟସୀ ତୁମେ କୋଟି ଓଡ଼ିଆର

ଓଠରେ ଫୁଟାଅ ହସ ।


ଓଡିଶା ବାସୀଙ୍କ ଆଶା ଭରସାର

ଦୁସ୍ଥ ଜନତାର ମାଆ

ବିପଦ ବେଳରେ ଲୁହ ପୋଛିଦେଵ

ସୁଖେ ଦୁଃଖେ ହୋଇ ସାହା ।




Rate this content
Log in

Similar oriya poem from Abstract