ହସିଲେ ଦିଶୁ ତୁ ଭଲ
ହସିଲେ ଦିଶୁ ତୁ ଭଲ


ତୋ ହସରେ ସଖୀ ଅଛି କେଉଁ ଯାଦୁ
ପର ଆପଣାର ହୁଏ
ଦୁଷ୍ଟ ହସ ତୋର ଆହୁରି ନିବିଡ଼
ପ୍ରେମ ବୋଲି ତାକୁ କୁହେ ।
ଚେନାଏ ହସ କୁ ଦେଖିବାକୁ ତୋର
ଆଖିରେ ସପନ ହେଲା
ହସିବୁ ହସିବୁ କେଉଁଦିନ ସଖୀ
ସମୟ ବଦଳି ଗଲା ।
ଚାହିଁ ଚାହିଁ ତୋର ଗୋଲାପୀ ଓଠକୁ
ମନରେ ଅନେକ ନିଶା
କହିବି କହିବି କହି ପାରିନାହିଁ
ଭୋଗୁଛି ମଙ୍ଗଳ ଦଶା ।
ଜାତକ କହୁଛି ଦଶାର ଶେଷରେ
ଆସି ପହଞ୍ଚିବ ଯୋଗ
ସାତ ବର୍ଷ ସଖୀ କେମିତି ବଞ୍ଚିବି
ମୋତେ ଲାଗେ ଯୁଗ ଯୁଗ ।
ଚନ୍ଦ୍ର ଅଛନ୍ତି ମୋ ଅଶୁଭ ସ୍ଥାନରେ
ରହିଛି ମଙ୍ଗଳ ଦୋଷ
ଜ୍ୟୋତିଷେ କହିଲେ ଭୂଲିବାକୁ ତୋତେ
ଖୋଜିବାକୁ ନୂଆ ହସ ।
କେମିତି ଭୂଲିବି ତୋ ହସ କୁ ସଖୀ
ସାଇତି ରଖିଛି ମନେ
ତୋ ହସ କୁ ଛାଡ଼ି ବଞ୍ଚି ପାରିବିନି
ନାହଁ ଜୀବନର ମାନେ ।