STORYMIRROR

Gangotri Priyadarshini

Abstract Romance Inspirational

4  

Gangotri Priyadarshini

Abstract Romance Inspirational

ପ୍ରେମାଭିମାନ

ପ୍ରେମାଭିମାନ

1 min
546


ସେଇ ଅଭିମାନ ର ପତଳା ଆସ୍ତରଣ

ଟେକି ଉଙ୍କି ମାରୁଥିବା ବଦମାସ ହସର ରାଣ

ସବୁ ଭୁଲିଯାଅ କିଛି ନହେଲେ ବି ସପ୍ତାହ ଟେ ପାଇଁ

ଇସ୍ କେତେ ରାଗ ତୁମର

ତୁମେ ମୋ ସିଏ ବୋଲି ନା କଣ ???

ଦେଖିବ ତିନି ଗଣିଲା ଭିତରେ

ଯଦି ମାେ କଥା ନ ଶୁଣ....…

ଆଞ୍ଜୁଲାଏ ପ୍ରେମ ତୁମ ଉପରକୁ ଫୋପାଡି ଦେବି

ଭିଜିଗଲେ ମୋତେ ଆଉ ଦୋଷ ଦେବନି

କହି ରଖୁଛି ମନେ ରଖିଥିବ ,

ତୁମେ ଖୁସି ହେବା ପାଇଁ

ସବୁ ଅଭିନୟ ତ ମୁଁ, ତୁମ ମନ ଜାଣି କରେ

ଏମିତି ଚୋରି ଚୋରି ଦେଖିବା ବନ୍ଦ କର

ସବୁ ଅଭିମାନ ଏଇ ଫରୁଆ ରେ ରଖି ଫିଙ୍ଗି ଦିଅ !!!

ଟିକେ ମାନି ଯାଅନା ?

ଦେଲା ଟିକେ ଉପରକୁ ମୁହଁ ଟେକି

ମାେ ଆଖିରେ ତୁମ ପାଇଁ କଣ  

କେବଳ ପ୍ରେମ ହିଁ ପ୍ରେମ

ଏଥର ସତ କୁହ ମୋତେ

ତୁମେ ଆ ଛଡ଼ା ଆଉ ଅଧିକା କଣ ଚାହିଁବ !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract