STORYMIRROR

Gangotri Priyadarshini

Tragedy Inspirational

3  

Gangotri Priyadarshini

Tragedy Inspirational

ଯୁଦ୍ଧ

ଯୁଦ୍ଧ

1 min
198

ଯୁଦ୍ଧ

ଭୟାବହତା ଧ୍ଵଂସର ତାଣ୍ଡବ ଲୀଳା

ଶ୍ରୀହୀନ ହୁଏ ଦେଶ ରକ୍ତର ନଦୀ ବାରୁଦ ହୋଲି

ମୃତ୍ୟୁର ପର୍ବ ମିତ୍ର ଶତ୍ରୁର ବେଶ


ଯୁଦ୍ଧ 

କୁଢ଼ କୁଢ଼ ଶବ ପାହାଡ଼

ଆକାଶ ଛାତି ଚିରି ଶତ୍ରୁ ରହିଛି ଘେରି

ଗର୍ବରେ ଅନ୍ଧ ସେନାଙ୍କ ବନ୍ଧ

ସହସ୍ର ଜୀବନ ପଡେ ବଳି ଯନ୍ତ୍ରଣା ନହୁଏ କଳି


ଯୁଦ୍ଧ

ନିରୀହ ଆଖି ସାଜଇ ସାକ୍ଷୀ

ନିଃଶେଷ ହୁଏ ଶକ୍ତି

ଏ ଯୁଦ୍ଧ ବଇରୀ ନୁହେଁ କାହାରି

ଇତିହାସରେ ଲେଖା

କରୁଣ ଚିତ୍ର ବଡ଼ ବିଚିତ୍ର ଛଡ଼ାଇ ସବୁ ନିଏ

ମାନବତାକୁ କାଳ ଗର୍ଭରେ ନିକ୍ଷେପି ଥାଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy