STORYMIRROR

subrat kumar jena

Tragedy

3  

subrat kumar jena

Tragedy

ଚିହ୍ନା ରାସ୍ତା ଅଚିହ୍ନା ଚେହେରା

ଚିହ୍ନା ରାସ୍ତା ଅଚିହ୍ନା ଚେହେରା

1 min
226


ଚିହ୍ନା ବାଟରେ ଅଚିହ୍ନା ଲାଗେ ଚେହେରା,

ଥରେ ମନ ଦର୍ପଣରେ ତୋ ଚେହେରାକୁ ଦେଖିଲା ପରେ,

ଦର୍ପଣ ବେଶ ଖୁସିଥିଲା,

ଏତେ ନିକଟରୁ ଫଗୁଣର ରଙ୍ଗରେ ରଙ୍ଗୀନ ହୋଇ,

ମନ ପକ୍ଷୀ ବେଶ ଆତୁର ଥିଲା,

ବାରମ୍ବାର ନିଜ ପ୍ରତିବିମ୍ବକୁ ଦର୍ପଣରେ ଦେଖି,

ଭବୁଥିଲା ଏକି କଥା !

ମୋ ମନ ଇଲାକାରେ ମୁଁ ବେତାଜ ବାଦଶହ,

ଏ ପୁଣି .............କିଏ ?

ବିନା ନିମନ୍ତ୍ରଣରେ ପାଦ ଦେଲା ଆସି,

ବୋଧେ ହୁଏତ ଆସିଥାଇପାରେ,

ରାଜ୍ୟ ଜୟର ଅନ୍ୱେଷଣରେ ପାରିଧି କରି,

ହେଲେ ମୋର କଣ ହେବ !

ମୋ ଅଶ୍ୱମେଧ ଯଜ୍ଞରେ ହେବତ ପୂର୍ଣାହୁତି?

ବାରମ୍ବାର ଆକ୍ରମଣ କରେ ଶତ୍ରୁ ଭାବି ଦର୍ପଣର ପୃଷ୍ଠାକୁ,

ବାରମ୍ବାର ବିଫଳତା ସତ ଚେଷ୍ଟା ପରେବି,

ଶେଷରେ ଅବସନ୍ନ ହୋଇ ଥକି ପଡେ,

କ୍ଲାନ୍ତ ଡେଣାକୁ ରକ୍ତାକ୍ତ ଚୁଞ୍ଚ,

ଦିଏନି ଆଉ ଅନୁମତି ରାଇଜକୁ ବଞ୍ଚାଇବା ଲାଗି,

ଶେଷ ରାସ୍ତା ସନ୍ଧି ନହେଲେ ପରାଜୟ ସ୍ୱୀକାର,

ଶେଷରେ ପ୍ରାଣଟିକକୁ ସୁରକ୍ଷିତ କରିବାକୁ,

 ହେଲେ କିଏ ଜାଣେ ଏସବୁର କାରଣ ତୁମେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy