କାହିଁ ଏତେ ପାତର ଅନ୍ତର
କାହିଁ ଏତେ ପାତର ଅନ୍ତର
ଶ୍ରମିକ ଦିବସେ ମୁଁ ଶ୍ରମିକ କାନ୍ଦଇ
ମିଳୁନାହିଁ ମୋର ମୂଲ
ରାଜ୍ୟ କେନ୍ଦ୍ରର ଚୋରା ପୀରତି
ମୋଚଲା ପଥେ ନିଆଁ ଝୁଲ ।
ମୋ ପରି କେତେ ଶ୍ରମିକ ଭୋଗନ୍ତି କଷଣ
ନିତି ବୁହାଇ ଦେହରୁ ଝାଳ
ଯେତେ ସବୁ କଠିନ ଶ୍ରମ ପରେ ପରେ
ତାଙ୍କ ସ୍ବପ୍ନ ହୁଏ ଫାଳ ଫାଳ ।
କେନ୍ଦ୍ର ଦେଉଛି ରାଜ୍ୟ ଭିତରେ ନେଉଛି
ଆମ ପାଇଁ ନାହିଁ କେବେ କିଛି
ଲୁଟି ଲୁଟି ସବୁ ନେତାତ ପେଟକୁ ବଢାନ୍ତି
ଆମ ଭାଗ୍ୟ ସତେ ଅଟେ ସୋନାଗାଛି ।
ସରକାରୀ କାମ ଯିଏ ପାଇଗଲା
ତା ଜୀବନ ହୋଇଲା ଧନ୍ୟ
ଆମେ ସବୁ ଯେତେ ଘରୋଇ ଶ୍ରମିକ
ପ୍ରତି କ୍ଷେତ୍ରେ ହେଉ ହିନୀମାନ୍ୟ ।
ସରକାରୀ ଭଳି ଏ ଘରୋଇ ମାଲିକ
ଖୋଜନ୍ତି ଆମକୁ ଶୋଷିବାକୁ ନୂଆ ରାହା
ଆମ ପିଲା ଛୁଆ ତେଣେ ଚୁଲି ମୁଣ୍ଡକୁ ଯାଆନ୍ତୁ
କେହି କୁହନ୍ତିନି ଆମ ଲାଗି ପଦେ ଆହା ।
ଖଟି ଖଟି ଆମେ ହୋଇଲେ ବେହାଲ
କୁହନ୍ତି ଚାକିରୀରୁ ତୁମେ ଯାଅ
ଆମେ ମାନେ ମିଶି ତାଙ୍କ ସାମ୍ରାଜ୍ୟ ଗଢୁହେ
ଏ ସରକାରଙ୍କ ଆମେ ପରା ସାବତ ପୁଅ ।
ମିଛ ପ୍ରତିଶୃତି କେତେ ଯେ ଦିଅନ୍ତି
ପୁଣି ଚାଲେ କେତେ ରାଜନୀତି
କେବେ ଯଦି କାହା ପାନେ ଚୁନତ ଖସିଲା
ଦିଅନ୍ତି ଜାଣି କେତେ ବିପତ୍ତି ।
ସତେ କି ଆମ ଭାଗ୍ୟଯେ ହୋଇବ
କେବେ ମିଳିବ ଆମ ପ୍ରକୃତ ମୂଲ
ସରକାରୀ ଚାକିଆରିଆଙ୍କ ପରି
ଖେଳିବ ଆମ ମୁହେଁ ହସ ଖିଲ ।
ଶୁଣବାରେ ଯେତେ ସବୁ ମାଲିକ ପିଆଦା
ତୁମେ ବି ଗୋଟେ ଗୋଟେ ଚାକର
ନିଜକୁ ଭାବନି ଦେବତା ମାଲିକ ଆସନେ
କେବେବି ହୋଇପାର ସେଠୁ ବାହାର ।
ନିଜ ଖୁସି ଲାଗି କର କେତେ ଅତ୍ୟାଚାର
ନିରହଙ୍କ ଉପରେ ତୁମେ ବାଘ
ଭୁଲନାହିଁ କେବେ ଦିନେ ଆସିପାରେ କେବେ
ତୁମ ଭାଗ୍ୟେ ଗ୍ରୀଷ୍ମ ପୁଣି ମାଘ ।