STORYMIRROR

subrat kumar jena

Classics

3  

subrat kumar jena

Classics

ଅବଶିଷ୍ଟ ବିଶ୍ୱାସ

ଅବଶିଷ୍ଟ ବିଶ୍ୱାସ

1 min
163


ଅବଶିଷ୍ଟ ବିଶ୍ୱାସ ଯେତିକି,

ସେମିତି ଆଜିବି ପଡିଛନ୍ତି ଅସ୍ତୁତ୍ୱ ହରାଇଲା ପରେ,

ଏଠି ସେଠି ସବୁଠି କୁଢ଼ କୁଢ଼ରେ,

କାହାର ନଜର କିନ୍ତୁ ଆସେନି ଏସବୁକୁ,

କେମିତି ଆସିବ ଏସବୁ ନଜରକୁ,

ଏବେ ଏବେ ରଙ୍ଗା ରଙ୍ଗର କୁତ୍ରିମ ପ୍ରତିଯୋଗିତା,

ଖାଇ ଖୁଆବାର ମୃଦୁ ସଂଘର୍ଷ,

ଭାବନାରେ ଆଜି ବିଶ୍ୱାସର ସ୍ଥିତି ।


ଏଠି ଋତୁ ସହ ତାତି ବଦଳେ,

କେବେ ଟିକେ ବେଶି ପୁଣି କେବେ କମ,

ସମ୍ପର୍କ କିନ୍ତୁ ଖୋଜିବୁଲେ ନୂତନତ୍ଵର ପାହାଚ,

ଏଠି ସିଏ ବେଶି ସାବାସୀ ପାଏ,

ଯିଏ ନିଜକୁ ଆଇନା ଆଗରେ ସଜାଇପାରେ,

ଗାଇପାରେ ମିଛରେ ରଙ୍ଗ ମାଖି,

ଛଳନାରେ ଶୋଷଣର ସଙ୍ଗୀତ,

ତେଣିକି ଆଖୁ କିଆରୀ ଯେତେ ନଷ୍ଟ ଯାଉ,

ଯେତେ ଧାନ କିଆରୀର ପାଣି ପଶି ଗଜା ହେଉ,

ସରକାରୀ ଖାତାରେ ସହାୟତା ମିଳିବ ବୋଲି ।


ଏବେ ଏବେ ବିଶ୍ୱାସ ବାନ୍ଧୁଛି କୋକେଇ,

ଆଗୁଆ ତିଆରି କରୁଛି ନିଜର ସ୍ମଶାନ ଗାତ,

ହୁଏତ ଆଗକୁ କେହି ମିଳିବେ କି ନାହିଁ ଚାରିକାନ୍ଧ ଦେବାକୁ,

ଟୋପେ ଗୋବର ପାଣି,

ଆଉ କେଇଟା ଖଇ କୋଉଡି ବିଞ୍ଚି,

ମିଛରେ ପଛେ ହେଉ ଟିକେ ବାହୁନିବାକୁ,

ଏମିତିରେ ମୁଁ କେମିତି କହିବି ସେ ବିଶ୍ୱାସ ଅବିଶ୍ୱାସର କଥାକୁ,

ଏଇ ଏବେ ଏବେ ମୋ ନିଜର ଛାଇବି କଲେଣି ଧର୍ମଘଟ,

କାରଣ !ଅସ୍ପଷ୍ଟ ନୁହେଁ,

ପ୍ରଶ୍ନ ମୁଁ କାହିଁ ଏତେ ସରଳ ବୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics