STORYMIRROR

subrat kumar jena

Drama Inspirational

4  

subrat kumar jena

Drama Inspirational

ଝଡ଼ ରାତିର କଥା

ଝଡ଼ ରାତିର କଥା

1 min
296


ରାମୁଲୁ କହୁଥିଲା :-ସାରିଆର ମା ମରିଗଲା,

ଏତେ ବଡ଼ ଝଡର ରାତି,

ତୁହାକୁ ତୁହା ବର୍ଷାର ଉତ୍ପାତ,

ପ୍ରଚଣ୍ଡ ଘଡ଼ ଘଡିରେ ପ୍ରକମ୍ପିତ ମେଦିନୀ,

ପବନର ବିକଟାଳ ସ୍ୱର,

କେମିତି ହୋଇଥାନ୍ତା ତାର ଅନ୍ତେଷ୍ଟି କ୍ରିୟା,

ପାଖେ ନଥିଲେ କେହି ବନ୍ଧୁ ସହୋଦର !


ପୁଣି କହିଲା ସେ-କଅଣ ବା କରିଥାନ୍ତା ସେ ?

ପାଖରେ ନଥିଲା ସେମିତି କିଛି ଦୈବୀଙ୍କ ଶକ୍ତି !

କିଛି ସମୟ ଲାଗି ଅଟକାଇ ପାରିଥାନ୍ତାକି,

"ପବନର ବେଗକୁ

ବର୍ଷାର ଉତ୍ପାତକୁ

ଘଡଘଡିର ଗର୍ଜନକୁ" !

ଭାବୁଥିଲା କିଛି ସମୟ ଲାଗି ହୋଇଥାନ୍ତାକି ପ୍ରକୃତ ଈଶ୍ୱର !

ଗୋଟେ ମାତ୍ର ନିର୍ଦେଶରେ ସବୁ ହୋଇଥାନ୍ତେ ଶାନ୍ତ ।


ସାରିଆ-ସେ ବା କଣ ବୁଝିଥାନ୍ତା,

ଏ ଜନମ ମରଣର ଗୂଢ ରହସ୍ୟକୁ ଏଡ଼େ ବକଟେ ହୋଇ,

ସେ ସେମିତି ଡାକି ଚାଲିଥିଲା ନିରନ୍ତର,

ପଣତର ଉହାଡ଼େ ,

ହାତେ ମୁହଁକୁ ତଉଲୁଥିଲା ମାର ମମତାକୁ,

ଅବୋଧ ନିଷ୍ପାପ ଶିଶୁ କାଁହୁ ବୁଝିବ,

ପ୍ରକୃତିର ଦାରୁଣ ଚିତ୍କାରକୁ,

ତାଠାରୁ ତା ମାଆର ଶେଷ ସ୍ନେହକୁ,

ଡାକି ଡାକି ଥକି ଗଲାପରେ ,

ଉଠିଲାନି ମାଆ ତାହାର ସେ ଛିଡା କତାରାରୁ,

ସେ ବି ଶୋଇ ପଡ଼ିଲା ମା ପାଖେ,

ସେ କାଁହୁ ବୁଝିବ ମୃତ୍ୟୁର ମାନେ କଣ !


ରାମୁଲୁ- ଆଁକୁଥିଲା ଭାରିଜାର ଅସ୍ପଷ୍ଠ ମୁହଁକୁ,

ସ୍ନେହବୋଳା ଆଦରର ସେଇ ଦୁଇ ହାତକୁ,

ବିହା ହେବାର ପରେ ପ୍ରଥମ ଦୁଇପଦ କଥାକୁ,

ଆଉ ଆଖି ଆଗେ ଭାରିଜାର ଜୀବନ ଦୀପ ଲିଭିବାକୁ,

ସାହସ ବାନ୍ଧୁଥିଲା ଖାଲି ସାରିଆ ଲାଗି,

ପ୍ରସ୍ତୁତ ହେଉଥିଲା ଆଗକୁ ସାରିଆର ଯତ୍ନ ନେବାକୁ,

କଥା ଦେଇ ଆସିଥିଲା ,

ରାମୁଲୁର ଭାରିଜାର ଶବ ପାଖେ,

କାନ୍ଦି କାନ୍ଦି ଲୁହରେ ତାର ସୁନ୍ଦର ମୁହଁକୁ ଧୁଆଇ,

ଭରା ଜଙ୍ଗଲ କୋଳେ ତାକୁ ଶେଷଥର ଲାଗି ଶୁଆଇ ଦେବାବେଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama