STORYMIRROR

ଫକୀର ପରିଡ଼ା

Drama Classics Fantasy

4  

ଫକୀର ପରିଡ଼ା

Drama Classics Fantasy

ବଉଳ ଲୋ

ବଉଳ ଲୋ

1 min
233

ଗାଁ – ବାଡ଼ିରେ ଗଛଟେ ନାହିଁ

ଦୋଳି ପକେଇବି କେଉଁଠି ଯାଇ

ବଉଳ ଲୋ

ମନ ହୁଏ ହାଇଁ ପାଇଁ , ବଉଳ ଲୋ …୧


ବନସ୍ତେ ଡାକୁନି ଗଜ

ଗାଁ ସହରରେ କରେ ଉତ୍ପାତ

ବଉଳ ଲୋ

ମନରେ ଘାରେ ପ୍ରମାଦ,ବଉଳ ଲୋ…୨


ଯୌଥ ପରିବାର ନାହିଁ

ଦୋଳି ଖେଳିବାକୁ ସାଥେ କେ ନାହିଁ

ବଉଳ ଲୋ

ମୋବାଇଲ ଦେଖା ପାଇଁ, ବଉଳ ଲୋ..୩


ଗାଁ ବିଲ ସବୁ ପଡିଆ

ଭାଇ ମୋ ଯାଇଛି ଦାଦନ ଖଟି

ବଉଳ ଲୋ

ଭାଉଜ ସଙ୍ଗେ ମୋ କଟି ,ଵଉଳ ଲୋ…୪


ଭାଉଜ ମୋ ସୁକୁମାରୀ

ଭାଇ ନାହିଁ ବୋଲି ମନକୁ ମାରି

ବଉଳ ଲୋ

ରଜ ବି ଯାଉଛି ସରି, ବଉଳ ଲୋ…୫


ଚକୁଳି ଚିତୋଉ ହଜିଲା

ପିଜା ବର୍ଗରରେ ମନ ବଳିଲା

ବଉଳ ଲୋ

ଗାଁ ବି ସହର ହେଲା, ବଉଳ ଲୋ…୬


ପଣତ କାନି ଉଡୁନି

ଜିନ୍ ଟପ୍ ସାଥେ ନାହିଁ ଓଢ଼ଣୀ

ବଉଳ ଲୋ

ପିଉନି କିଏ ତୋରାଣି, ବଉଳ ଲୋ…୭


ବରଷକେ ଥରେ ଆସିଛି ରଜ

ପୋଡପିଠା ଆଉ ହେଉନି ସଜ

ବଉଳ ଲୋ

ପାନରେ ନାହିଁ ମଉଜ, ବଉଳ ଲୋ ..୮


ପାଖେ ଥିବା ଲୋକ ଦୂର

ଦୂର ବନ୍ଧୁ ହୁଏ ନିକଟତର

ବଉଳ ଲୋ

ସମ୍ପର୍କ ମୋବାଇଲର, ବଉଳ ଲୋ…୯


କି ଲେଖିବି ରଜ ଗୀତ

ପାଶେ ନାହିଁ କେହି ମିତ- ସଙ୍ଗାତ

ବଉଳ ଲୋ

କି କହିବି ଆଉ ହିତ, ବଉଳ ଲୋ …୧୦


ସବୁଦିନ ଏଠି ସଜ

ହେଉ କି ନ ହେଉ ପରବ ରଜ

ବଉଳ ଲୋ

ପ୍ରେମେ ଆନନ୍ଦ ମଉଜ , ବଉଳ ଲୋ …୧୧


ରାଇଜେ ଉତ୍କଳ ସାର

ବାରମାସେ ତେର ପରବ ତାର

ବଉଳ ଲୋ

ଆପଣା ପଣ ଅପାର ,ବଉଳ ଲୋ …୧୨


Rate this content
Log in

Similar oriya poem from Drama