Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

suvendu Meher

Drama

4  

suvendu Meher

Drama

ସୋନ୍‌ପୁରିଆ କବିତା-ଚିଠି

ସୋନ୍‌ପୁରିଆ କବିତା-ଚିଠି

1 min
364



ମୋର୍‌ ଆଶିର୍ବାଦ୍‌ ତୋର୍‌ ଉପ୍‌ରେ

ସବୁବେଲେ ଅଛେ

ଆରୁ ରହେବା ବି।


ଇ ଥର ଆଏଲେ,

ମଙ୍ଗଲ୍‌ବାର୍‌ ହାଟର୍‌ ଫିତା ଖିର୍‌ପିନି

ଘିନିଦେମି ଗା ସୁରୁନନୀ

ଜ୍ଞାନଦେଇର୍‌ ମଲି ଗଜ୍‌ରା ମାଖିକରି

ବୁଲୁଥିବୁ ବଡ଼୍‌ ବଜାରୁ ବ୍ଲକ୍‌ ଛକ୍‌ ତକ୍‌ ।

ଚତୁର୍ଭୁଜ ବବାର୍‌ ମଠା କପ୍‌ଟା

ଧମ୍‌ନା ଧଡ଼ିଆ ସଫ୍‌ଟା ସର୍‌ସର୍‌ ଟା ।

ଜୁଉଁତିଆ କେ 

ନିଶ୍ଚେ ଘିନିଦେମି ଗା ନନୀ ।।


ହଁ, ଶୋର୍‌ ପଡ଼୍‌ଲା

ତୁଇ ବଡ଼ା ମନ୍‌ କର୍‌ସୁ

ଗୋପୀ ବବାର୍‌ ଅଁତର୍‌ କେ,

ହେଟା ବି ଆନିଦେଇଥିମି ।


ହେଲେ ତୁଇ ଆଏବୁ ତ ?

ଆଏବୁ ଗା!


ମତେ ଗୁଟେ ଗୁଟେ କରି 

ସବୁ ଶୋର୍‌ ପଡୁଛେ ଗା ବହେନ୍‌

ପୁରା ଉଆଁସ୍‌ର କାଞ୍ଚି କୁଣ୍ଢି, ଲଂକାପୁଡ଼ି , 

ମହିମା ଗାଦି, ପାତାଲି,

ବାଘପାଲି ବଉଲ୍‌ ଯାତ୍‌ରା

ଆରୁ କେତେ କାଣା ??

କେନ୍ତା ବୁଲୁଥିଲାଁ ।


ଇ ଥର

ତୁଇ ଆଏଲେ,

ଜୁଉଁତିଆ ଦିନେ!

ସମ୍‌ଲେଇ ଗୁଡି ଜିମା ,

ସୁଲ୍‌ହ ଭର୍‌ନୀର୍‌ ଗଜା ବଏସିଆ

ପୁରନ୍ଦର ବବା

ଚେପ୍‌ଟା ଢୋଲ୍‌କେ ଧରିକରି

କେନ୍ତା ଉତ୍‌କୁ ଥିସି ମେଛା ମଲ୍‌କେଇ ଦେଖ୍‌ବୁ।


ହଁ ହଁ,

ନଦୀର୍‌ ଝୁରି ଆରୁ ମୁଗ୍‌ ଦାଏଲ୍‌ 

ସବୁ ଆନି ଦେଇଥିମି !

ଜାନିଛେଁ

ହେଟା ତ ତୋର୍‌ ଯହ ସଉକ୍‌


ବାକି,

ହେ ସବୁ ତୋର୍‌ ବହୁର୍‌ ଭାର୍‌ ।


ତୁଇ ଆଏଲେ

ଡ଼ଙ୍ଗାଥି ବୁଲ୍‌ମା,

ଲଙ୍କେଶ୍ୱରୀ,ଖଁଡ଼ିଆ ଦେଉଲ୍‌ ଜିମା ।

ରାତି ହେଲେ ଇନେ ତ, ସବୁଦିନେ ଯାତ୍‌ରା

ସବ୍ୟସାଚୀ,ନୀଳମାଧବ୍‌ ଦେଶ୍‌ ଖେଲୁଛନ୍‌

କେତେବେଲେ ବୃନ୍ଦାବନ ବବାର୍‌

ଭଲିଆ ଟିକା ତ ଆରୁ କେତେବେଲେ

ଶତୃଘନ୍‌ ଦାଦାର୍‌ ମହୁଲ ଝାର ।

ଇନେ ତ ବିନ୍‌ ମନ୍ତର୍‌ ଥି 

ଜଲୁଥିବାର୍‌ ଲାଲ୍‌ଟିନ୍‌ କେ

ପାଏନ୍‌ ଭିତ୍‌ରୁ ବେଟି ଆନିଥିଲା

ଫକୀର କକା ।


ହଁ ଆରୁ ଗୁଟେ କଥା!!

ଇନେ ପାଠ୍‌ କେ ସାଠ୍‌ ଜିତିଛେ ଗା ସବୁବେଲେ,

ମନ୍ତର୍‌ ଯନ୍ତର୍‌ ଆଉ ତନ୍ତର୍‌ ର କଥା

ଇନେ ସବୁ ଘଟୁଥିଲା ବିନ୍‌ପାଠେ ।


କେନ୍ତା!

ଚମ୍‌କେଇ ଦେଲା କୁନ୍ଦ୍‌ରୁ ଦଦା

ସବୁ ତ ଦେଖିଛୁ ତୁଇ ଛୁଆବେଲେ।

ଶଲା ବୁଢ଼ା ବି ହେନ୍ତା

ମିଶ୍ରବାବୁର୍‌ ବୁଦ୍ଧି ହଜେଇ ଦେଲା

କଚ୍‌ରି ଶାଲେ ।।


ଇ ଜଂଜାଲ୍‌ ଭିତ୍‌ରୁ

ମୁକ୍‌ଲି କରି ଟିକେ ସମିଆ ଦେଲି ,


ବଢେ ଦିନୁ ସଜ୍‌ ହେବୁ

ମୁଇଁ ନେଇ ଯିବାର୍‌ କେ

ଗୋଡ଼୍‌ ଟେକିକରି ଅଛେଁ ।


             ରହେଲି ଗା ନନୀ ।।





Rate this content
Log in

Similar oriya poem from Drama