STORYMIRROR

Sanjya Tripathy

Drama

3  

Sanjya Tripathy

Drama

ଦଶହରା

ଦଶହରା

1 min
121



ଦଶହରା ଆସିଅଛି, ନୀଳତିମିର ମହାମୋହଭରା

ଆକର୍ଷଣରେ ପିଲାଙ୍କ ଅପମୃତ୍ୟୁରେ

ଆସନ୍ନ ପ୍ରସବା ମହିଳାଙ୍କ ଅକଥନୀୟ ଯାତନାରେ

ରୋଗିଣା ନିରାମୟରେ ଅସୁସ୍ତ ଚିକିତ୍ସା ଚକ୍ରରେ


ଦଶହରୀ ଆସିଅଛି,

ବୈଷୟିକ ଛାତ୍ରଙ୍କ ବିଷଭରା ଅପରାଧରେ

ନୀଳ ଜହରର ଅବାଧ, ଅନାକାଂକ୍ଷିତ ପ୍ରସାରରେ

କ୍ରମବର୍ଦ୍ଧିଷ୍ଣୁ ପରକୀୟା ପ୍ରୀତି ଓ ବଳାତ୍କାରର

ନୀଳବଳୟରେ


ଦଶହରା ଆସିଅଛି, କରୋନା କ୍ଷତ ଓ କ୍ଷତିରେ

ମଝିର ଅଭିବୃଦ୍ଧି ହାରରେ- ଆର୍ଥିକ ଉଦବେଳନରେ

ବସ୍ତୁ ଓ ସେବା ଜରର ଅପରିହାର୍ଯ୍ୟ ପ୍ରବର୍ତ୍ତନରେ

ଦଶହରା ଆସିଅଛି, ଲ୍ୟାଟଖୋର ପ୍ରଶାସକଙ୍କ ସଂଖ୍ୟା

ବହୁଳତାରେ ପରସେଣ୍ଟଜ୍ ରାଳରେ

ଫକିଳ, ପ୍ରଦୂଷିତ ଶାସନ ବ୍ୟବସ୍ଥାରେ

ସର୍ବତ୍ର ପରିବ୍ୟାପ୍ତ ଦୁର୍ନୀତିର ଲମ୍ବା ଚେରରେ


ଦଶହରା ଆସିବ,

ନୀତିକୀତି ଯୁକ୍ତ ସମାଜବ୍ୟବସ୍ଥାର ଇନ୍ଦ୍ରନୀଳ ସ୍ଵପ୍ନରେ

ସ୍ଵଚ୍ଛ, ପାରଦ, ଉତ୍ତରଦାୟୀ କର୍ମସଂସ୍କୃତି ଭରା

ପ୍ରଶାସନରେ

ବ୍ୟବସ୍ଥାର ବିବର୍ତ୍ତନରେ ପରିବର୍ତ୍ତନର ସୁନେଲି ସ୍ୱରରେ



Rate this content
Log in