STORYMIRROR

Sanjya Tripathy

Romance

3  

Sanjya Tripathy

Romance

ପ୍ରୀତିସ୍ମିତା ପ୍ରିୟା

ପ୍ରୀତିସ୍ମିତା ପ୍ରିୟା

1 min
26


ତୁମ ଅକ୍ଷତଯୌବନା ରୂପକାଂତିରେ ସୁବାସିତ ମୃଦୁମଂଦ ମଳୟ

ତୁମ ବୀଣାଜିଣା ସ୍ବରରେ, ମଦମତ୍ ସୁରରେ ଯୋଜନଗଂଧାର ଆକର୍ଷଣ

ତଂଦ୍ରାଲସ ଚକ୍ଷୁଯୁଗଳରେ ଶତାବ୍ଦୀର କ୍ଷୁଧା-ତାମସୀ ରାଧାର ପ୍ରତିଫଳନ

ତୁମ ମୌସୁମୀ ଦଗ୍‌ଧା ଫୁଲବନରେ ଆଶା ଓ ଆକାଂକ୍ଷାର ପାରିଜାତ

ତୁମ ହିରଣ୍ମୟୀ ଚେତନାରେ ଝରାଶେଫାଳୀର ଛାୟା

ତୁମ ପରିବର୍ତନର ଚୋରା ବାଲିରେ ମୋ ପ୍ରେମର ସୁସ୍ପଷ୍ଟ ଚିହ୍ନ

ତୁମ ବିକାଶପଥରେ ସଂଭାବନାର ନୂତନ ସୂର୍ଯ୍ୟ-ଯୁଗ ପରିବର୍ତନ

ତୁମ ସଂସର୍ଗ ସଂଭୂତ ସଂସ୍ପର୍ଶ ଓ ସଂବାଦିତ ସତ୍ୟରେ ସଂଭୋଗ ସଂବେଗ

ତୁମ ଶବ୍ଦର ଅକ୍ଷର, ମାତ୍ରା ଓ ଅନ୍ୟାନ୍ୟରେ ଫଟାଙ୍କବଳଧାରୀ କବି

ତୁମ ନିର୍ବିଶଂକ, ନିର୍ବେଦ, ଚିରଂତନୀ, ଭାନୁମତୀ ନିରୂପମା ଆକର୍ଷଣରେ ଚଂଦ୍ରର ମୃତ୍ୟୁ

ତୁମ ଭାରାକ୍ରାତ ତନୁମନରେ ଶିଥୁଳତା ଦୂରୀକରଣରେ ମୁଁ ବିଦଗ୍‌ଧ ପ୍ରେମିକ

ତୁମ ଧାରେ କଜ୍ଵଳର ମହାକର୍ଷଣରେ ଅକ୍ଟୋପସୀ ବଂଧନବଂଦିତ ପ୍ରେମୀ

ତୁମ ପର୍ଯ୍ୟାୟଭୁକ୍ତ କାଳଚକ୍ରରେ ମୁଁ ଏକ ଘୂର୍ଣାୟମାନ ମୁହୂର୍ତ

ସର୍ବୋପରି : ତୁମ ସତ୍କୃଷ୍ଣ ନୟନର ଆମଂତ୍ରଣରେ ମୁଁ ଏକ ଶ୍ରାବଣୀ କବିତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance