STORYMIRROR

Sanjya Tripathy

Romance

3  

Sanjya Tripathy

Romance

ପ୍ରିୟତମା

ପ୍ରିୟତମା

1 min
76


ତୁମ ଉଷ୍ମ ଆଲିଂଗନର ଉଜ୍ଜଳତାରେ ମୁଁ ମୋହଗ୍ରସ୍ତ

ତୁମ ଆଗମନୀ ସଂଗୀତରେ ଝକାରରେ ମୁଁ ଚମତ୍କୃତ

ତୁମ ଦୀପ୍ତିମଂତ ଆବା ଓ କାଂତିମୟୀ ରୂପର ରୋଷଣୀରେ ମୁଁ ମୁହ୍ୟମାନ

ତୁମ ଚଲାପଥକୁ ସତ୍କୃଷ୍ଣ ନୟନରେ ଚାହିଁ ରହିଥିବା ମୁଁ ଚାତକ

ତୁମ ଦେହର ଦାହରେ ଜର୍ଜରିତ ମୁଁ ଏକ ଡାହୁକ

ତୁମ ଚିରଂତନୀ, ମଧୁକ୍ଷରା ଅମୃତ ଭାଣ୍ଡର ମୁଁ ଏକ ଗ୍ରାହକ

ତୁମ ପରିପୁଷ୍ଟ ତନୁମନର ଆକର୍ଷଣରେ ମୁଁ ଶିହରିତ

ତୁମ ଆଜାନୁଲଂବିତ କେଶବଲ୍ଲୀରୀର ନୈକାର ମୁଁ ନାବିକ

ତୁମ ସଦ୍ୟତା, ସୀମଂତିନୀ ରୂପର ପସରାରେ ମୁଁ ଏକ ପରାଜିତ ସୈନିକ

ତୁମ ମୌସୁମୀ, ମୋହିନୀ, ମୃଣ୍ମୟୀ ମାୟାରେ ମୁଁ ହତଚକିତ

ତୁମ ଅକ୍ଟୋପସୀ ବାହୁବଂଧନରେ ଚାପଗ୍ରସ୍ତ ମୁଁ ଦିଗହରା ପଥକ

ତୁମ ଅନନ୍ୟା, ବହୁବର୍ଷା ସୌଦର୍ଯ୍ୟର ମୁଁ ଏକ ପିପାସୁ ପ୍ରେମିକ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance