STORYMIRROR

kahnu charan sahu

Romance

4  

kahnu charan sahu

Romance

ତୁମ ସନ୍ଧାନରେ

ତୁମ ସନ୍ଧାନରେ

1 min
569

ରାତିକୁ ନିଜର କରୁଛି ବୋଲି

ଖୋଜୁଛି ଗୋଟେ ଦିନ

ଅପେକ୍ଷା କରିଛି ତମେ ଆସିବ

ପ୍ରେମରେ ଭିଜେଇ ମନ ।


ଶୀତ ରାତିର ଶୀତୁଆ ଅନ୍ଧାରେ

ଖତେଇ ହେଉଛି ଜହ୍ନ

କହୁଛି କେତେ ହଜିଲା ସମୟ

ଭୁଲିକି ପାରିବ ମନ?


ଯେଉଁଠି ଦିନେ ତୁମ ଛାତିରେ ମୋ'

ଦେଖୁଥିଲା ମନ ସ୍ବପ୍ନ

ଆଜି ସେହି ରାତି ଝୁରୁଛି ବସି

ବିଭୋର ଗୋ ମନ ପ୍ରାଣ ।


ପ୍ରୀତିର ଜୁଆର ଗୋଲାପୀ ଘର

କରୁଛି ତୁମ ସନ୍ଧାନ 

ଅବଶିଷ୍ଟ ଋତୁ ଅପେକ୍ଷାରେ ଗୋ

ଝାଉଁଳି ଯାଇଛି ମନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance