ନୂଆ ବରଷ
ନୂଆ ବରଷ


ନୂଆ କ୍ୟାଲେଣ୍ଡର ନୂଆ ମସିହାରେ
ଆସିଛି ନବ ବରଷ
ସୁଖ ସମୃଦ୍ଧିର ଭାର ଆଣିଦେଇ
ଓଠେ ଭରିଦେଉ ହସ ।
ଆଶାର କିରଣ ବିଚ୍ଛୁରିତ ହୋଇ
ବାସ୍ତବର ରୂପ ନେଉ
ଆଭାସୀ ମନରେ ପ୍ରାକୃତିକ ଖୁସି
ସର୍ବଦା ଝଲସୁ ଥାଉ ।
ବଦଳିଯେ ଗଲା ସୁଖଦୁଃଖ କେତେ
ଆସିଲା ନୂଆ ସକାଳ
ନୂତନ ଭାବନା ନୂଆ ସମ୍ଭାବନା
ମନକୁ କରିଲା ଗେଲ ।
ରହିଥାଉ ସ୍ମୃତି ହଜିଲା ଦିନର
ପ୍ରେରଣାର ସ୍ରୋତ ସାଜି
ପରିଶ୍ରମ ସାଥେ ନିଆରା ସମ୍ପର୍କ
ଖୁସି ଆଣିଦେଉ ଖୋଜି ।
ଷଡ଼ ରିପୁ ହଜି ଜୀବନ ପଥରେ
ସପନଯେ ହେଉ ପୁରା
ସଫଳ କାହାଣୀ ଇତିହାସ ରଚି
କୋଳେଇ ନେଉଯେ ଧରା ।