STORYMIRROR

kahnu charan sahu

Abstract

4  

kahnu charan sahu

Abstract

ଆଘାତ

ଆଘାତ

1 min
38


ମୋହଗ୍ରସ୍ତ ଲାଳସା 

ଅତ୍ୟଧିକ ପାଇବାର ଜିଜ୍ଞାସା

ହସରୁ ଲୁହଯାଏ 

ଦିନେ ମଣିଷକୁ

ଶାଶ୍ୱତ ସମ୍ପର୍କଠୁ ଛିନ୍ନ କରେ !


ତୁ ଆଉ ମୁଁ ର 

ପଥୁରିଆ ସହରେ

ସାଗରର ଉଛୁଳା ଯୌବନ

ଚୁରମାର କରେ 

ହୃଦୟର ମଧ୍ୟବର୍ତ୍ତୀ ପରିଧି ।


ଅଚିହ୍ନା ଜହ୍ନର ମଧୁର ଆଳାପ

ଆବଣ୍ଟନ କରେ

ସମ୍ପର୍କର ଭୌଗଳିକ ସୀମାରେଖା

ସୂଚେଇ ଦେଉଥାଏ ବାତ୍ୟାପରର ଆକୁଳତା,


କାଳ ବୈଶାଖୀ ହେଇ 

ଆସୁଥିବା ଜହ୍ନ କିଆରୀର 

ଉତ୍ତରା ପବନ

ତମେ ସ୍ୱାଗତ କରିଚାଲୁଥାଅ 

ହୃଦୟର ଦରଜା ଖୋଲି

ଆଉ ଭୁଲିଯାଇ ଥାଅ 

ତମ ପାଖରେ ଠିଆ ହେଇ 

ନଈରୁ ସାଗର ଯାଏଁ

ଗାଁ ରୁ ସହର ଯାଏଁ

ମାଟିରୁ ଶ୍ମଶାନ ଯାଏଁ

ଯିବାର ପାଦକୁ ଆଘାତ ଦେଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract