ଆଘାତ
ଆଘାତ
ମୋହଗ୍ରସ୍ତ ଲାଳସା
ଅତ୍ୟଧିକ ପାଇବାର ଜିଜ୍ଞାସା
ହସରୁ ଲୁହଯାଏ
ଦିନେ ମଣିଷକୁ
ଶାଶ୍ୱତ ସମ୍ପର୍କଠୁ ଛିନ୍ନ କରେ !
ତୁ ଆଉ ମୁଁ ର
ପଥୁରିଆ ସହରେ
ସାଗରର ଉଛୁଳା ଯୌବନ
ଚୁରମାର କରେ
ହୃଦୟର ମଧ୍ୟବର୍ତ୍ତୀ ପରିଧି ।
ଅଚିହ୍ନା ଜହ୍ନର ମଧୁର ଆଳାପ
ଆବଣ୍ଟନ କରେ
ସମ୍ପର୍କର ଭୌଗଳିକ ସୀମାରେଖା
ସୂଚେଇ ଦେଉଥାଏ ବାତ୍ୟାପରର ଆକୁଳତା,
କାଳ ବୈଶାଖୀ ହେଇ
ଆସୁଥିବା ଜହ୍ନ କିଆରୀର
ଉତ୍ତରା ପବନ
ତମେ ସ୍ୱାଗତ କରିଚାଲୁଥାଅ
ହୃଦୟର ଦରଜା ଖୋଲି
ଆଉ ଭୁଲିଯାଇ ଥାଅ
ତମ ପାଖରେ ଠିଆ ହେଇ
ନଈରୁ ସାଗର ଯାଏଁ
ଗାଁ ରୁ ସହର ଯାଏଁ
ମାଟିରୁ ଶ୍ମଶାନ ଯାଏଁ
ଯିବାର ପାଦକୁ ଆଘାତ ଦେଇ ।।