ବିଚିତ୍ର ସୃଷ୍ଟି
ବିଚିତ୍ର ସୃଷ୍ଟି
ସ୍ୱାର୍ଥ ସରିଗଲେ କିଏ ଯେ କାହାର
ସମୟ ବଖାଣି ନିଏ
ବିଶ୍ୱାସ ଭିତରେ ଜହର କଣିକା
ମନକୁ ମାରିଣ ଦିଏ ।
ପ୍ରୟାସ କରିଲେ ଦୁନିଆ ଭିତରେ
ସବୁକିଛି କିଣି ହୁଏ
ପ୍ରକୃତ ସମ୍ପର୍କ ବାଟବଣା ଆଜି
ଆତ୍ମୀୟତା ହାରି ଯାଏ ।
ପଥର ଦେହରେ ଭାବନା ପ୍ରଲେପ
ଅଳପ ଦିନ ହିଁ ରୁହେ
ଅହଙ୍କାରୀ ଆଗେ ଅଭିମାନ ଭାଷା
ତୁଚ୍ଛ ପରି ମନେ ହୁଏ ।
ଆପଣାର ଭାବି ଅଭିମାନ କଲେ
ଅଭିଶାପ ମାନେ ଯିଏ
ପ୍ରୀତି ଅଭିଳାଷା ତା'ପାଇଁ ଯେ ନିଶା
ବିଚିତ୍ର ସୃଷ୍ଟି ଯେ ସିଏ ।।
