ଘେରି ରହିଛି ଅନେକ ପ୍ରଶ୍ନ
ଘେରି ରହିଛି ଅନେକ ପ୍ରଶ୍ନ


ତମକୁ ମନର ରାଣୀ କରିସାରିବା ପରେ
ଯେବେ ତମେ ଦୂରେଇ ଯିବାକୁ ବସ
ଯନ୍ତ୍ରଣାର ଖଣିଖାଦାନ ମୋ ହୃଦୟକୁ
ପ୍ରଦୂଷିତ କରି ପକାଏ !
ତମେ ବୁଝିବା ବାହାରେ
ମୁଁ କିନ୍ତୁ ତୁମ ଅପେକ୍ଷାରେ ବଞ୍ଚେ
କର୍ମମୟ ଦିନ ଆଉ ରାତି ମଧ୍ୟରେ
ପ୍ରେମର ଶବ୍ଦକୋଷ ଖୋଲି ।
ତମ ସାଥିରେ କିଛି ମୁହୂର୍ତ୍ତ
ମିଠାମିଠା କଥା ହେବାକୁ ଇଚ୍ଛାଥାଏ
ହେଲେ ଏକା ହେଇଯାଏ ମୁଁ,
କେବେ ଥରେ ବୁଝିଯାଅ
ମୋ ହୃଦୟରେ ଥିବା ପ୍ରେମତ୍ୱକୁ ।।