ନଈ ଭଳି ଯାଏ ବହି
ନଈ ଭଳି ଯାଏ ବହି
ଅତୀତର ମଧୁମୟ ସମ୍ପର୍କକୁ
ଇନ୍ଦ୍ରଧନୁର ସାତରଙ୍ଗ ଦେଉ ଦେଉ
କେବେ ଆଖି ଅଗଣାରୁ ସ୍ବପ୍ନସିକ୍ତ ପ୍ରେମ
ନଈ ଭଳି ଯାଏ ବହି !
ଭାବନାରେ ହୃଦୟର ଅଭିବ୍ୟକ୍ତିକୁ
ଆକର ଦେଉ ଦେଉ ଅକାର ହେବା
ଖରାପ ସମୟ ହାତରେ
କେବେ ଜହ୍ନକୁ ଜନ୍ମ ଜନ୍ମ ଯାଏଁ
ନିଜସ୍ୱ ମଣୁଥିବା ମଣିଷ ବି
କାଳ କୋଠରୀରେ
ଏକାକୀ ଜୀବନ ବିତେଇବାକୁ ଚେଷ୍ଟା କରେ
ଯେବେ ଆଘାତ ପରେ ଆଘାତ
ସମୟ ଅର୍ପଣ କରିଚାଲେ ।।