STORYMIRROR

kahnu charan sahu

Abstract

4  

kahnu charan sahu

Abstract

ନଈ ଭଳି ଯାଏ ବହି

ନଈ ଭଳି ଯାଏ ବହି

1 min
371


ଅତୀତର ମଧୁମୟ ସମ୍ପର୍କକୁ

ଇନ୍ଦ୍ରଧନୁର ସାତରଙ୍ଗ ଦେଉ ଦେଉ

କେବେ ଆଖି ଅଗଣାରୁ ସ୍ବପ୍ନସିକ୍ତ ପ୍ରେମ

ନଈ ଭଳି ଯାଏ ବହି !

ଭାବନାରେ ହୃଦୟର ଅଭିବ୍ୟକ୍ତିକୁ

ଆକର ଦେଉ ଦେଉ ଅକାର ହେବା

ଖରାପ ସମୟ ହାତରେ

କେବେ ଜହ୍ନକୁ ଜନ୍ମ ଜନ୍ମ ଯାଏଁ

ନିଜସ୍ୱ ମଣୁଥିବା ମଣିଷ ବି

କାଳ କୋଠରୀରେ

ଏକାକୀ ଜୀବନ ବିତେଇବାକୁ ଚେଷ୍ଟା କରେ

ଯେବେ ଆଘାତ ପରେ ଆଘାତ

ସମୟ ଅର୍ପଣ କରିଚାଲେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract