STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ପାର୍ବଣ ଶେଷରେ

ପାର୍ବଣ ଶେଷରେ

1 min
251

 ପ୍ରତୀକ୍ଷା ଅନେକ ଥିଲା ତୁମେ ଆସିବା ଆଗରୁ

ରୋମାଞ୍ଚିତ ହେଲା ସତ ଚିତ୍ତ ତୁମେ ବି ଆସିଯିବା ପରେ


ଏବେ ବାସ୍ ଉଲ୍ଲାସର ଅସରନ୍ତି ବେପରୁଆ ରଙ୍ଗ

ସ୍ବେଚ୍ଛାଚାରୀ ଚେତନାର ଦିଶାହୀନ ଢଙ୍ଗ


ମେଞ୍ଚା ମେଞ୍ଚା ସୁଖ ସ୍ଵପ୍ନର ଅଲୋଡ଼ା ଆକାଂକ୍ଷା

ପୁଳେ କୋଳାହଳରେ ଭରା ମୋହଗ୍ରସ୍ତ ବିଧିରକ୍ଷା 


କାହିଁ ସେ ଦିବ୍ୟତା ଯାହା ଲୁଚିଗଲା ଭବ୍ୟତାର ମୁଗ୍ଧ ଆସରରେ

ପ୍ରତିମୂର୍ତ୍ତିଟିଏ ପୋଡ଼ାଗଲା ଅତି ସଗର୍ବରେ ରାବଣ ମାନଙ୍କ ଭିଡ଼ରେ


ପାର୍ବଣ ଏମିତି ଆସେ ଓ ଫେରିଯାଏ ଛାଡ଼ିଦେଇ

କିଛି ଉଷୁନା ଅନୁଭୂତି ଓ କିଛି ଆମିଷ ଅହଙ୍କାର। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract