STORYMIRROR

kahnu charan sahu

Abstract

4  

kahnu charan sahu

Abstract

ବାପା

ବାପା

1 min
36


ମୋ ବାପା

ଯାହାଙ୍କ ଗଣିତ ଆଗରେ

ଫେଲ୍ ହେଇଯାଏ 

ଦୁନିଆର ସବୁ ଅଙ୍କ,

ସିଏ କମ୍ ଶୁଅନ୍ତି ଅଧିକ ଖଟନ୍ତି 

ଖୁସି ଦେବାକୁ ଯାଇ

ସାଜନ୍ତି ଚଳପ୍ରଚଳ ଗୋଟେ ବ୍ୟାଙ୍କ ।


ମୋ ବାପା

ଖୁବ କମ୍ ପାଠ ପଢ଼ିଛନ୍ତି

କିନ୍ତୁ ତାଙ୍କୁ ତର୍ଜମା କରିବା

ମୋ ପକ୍ଷେ ଅସମ୍ଭବ !

ତାଙ୍କ ହିସାବ ଆଗରେ

ଦ୍ରୁତଗାମୀ ଯନ୍ତ୍ରପାତି ବି ତୁଚ୍ଛ 

ଏଟା ମୁଁ ସୁନିଶ୍ଚିତ ।


ମୋ ବାପା 

ବୈଜ୍ଞାନିକଠୁ କମ୍ ନୁହଁନ୍ତି

ଆମକୁ କଳେବଳେ କୌଶଳେ

ସଜାଡି ଦିଅନ୍ତି

କେବେ ବର୍ଷଣରେ, କେବେ ଗର୍ଜନରେ

ଆଉ କେବେ ଅଗଣିତ ସ୍ନେହପ୍ରେମର

ସ୍ରୋତାସ୍ୱିନୀରେ 

ନୂଆ ନୂଆ ଉଦ୍ଭାବନ 

ଆମ ଭିତରେ କରିଦିଅନ୍ତି।

<

p>

ମୋ ବାପା

ବୃତ୍ତିରେ ଜଣେ ଚାଷୀ 

ହଜାରେ କୋହରେ ବି ହସିବାର କଳା

ଆମକୁ ଶିଖେଇ ଦିଅନ୍ତି,

କେବେକେବେ ରଙ୍ଗମିସ୍ତ୍ରୀ ଭାବେ

ସେ କାମ କରନ୍ତି 

ମୁଁ ବିଜ୍ଞାନ ପଢୁଆ ହେଲେବି

ମୋଠୁ ବେଶୀ ସେ କେମେଷ୍ଟ୍ରି ଜାଣନ୍ତି ।


କହିବାକୁ ଗଲେ ମୋ ବାପା

ଅସଂଖ୍ୟ ପ୍ରଶ୍ନର ଏକମାତ୍ର ସମାଧାନ

ଯାହାଙ୍କ ହୃଦୟ ବିଶାଳ ଆଉ ଗଭୀର ମନ 

ସେ ସପନ ଦେଖନ୍ତି ଆମ ଆଖିରେ

ନିଜ ସ୍ୱପ୍ନର ଦେଇ ବଳିଦାନ ।

ଆମ ଚଳନ୍ତି ଠାକୁର ସିଏ

ତାଙ୍କ ପ୍ରତିଟି କଥା ଆମ ପାଇଁ ବରଦାନ

ଯାହାଙ୍କ ଗାଳିରେ ଭରି ରହିଥାଏ

ସ୍ନେହ, ପ୍ରେମ, ଶାସନ, ଅନୁଶାସନ 

ଈଶ୍ୱର ସର୍ବଦା ତାଙ୍କୁ ହସ ଖୁସିରେ ରଖିଥାନ୍ତୁ

ତାଙ୍କ ଚରଣେ କୋଟି ନମନ ।।



Rate this content
Log in

Similar oriya poem from Abstract