Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

baijayantimala rout

Abstract Others

4.9  

baijayantimala rout

Abstract Others

ଅତୀତର ସ୍ମୃତି

ଅତୀତର ସ୍ମୃତି

1 min
255


ଶୀତରାଣୀ ଆଗମନେ

ହସଇ ଧରଣୀ ରାଣୀ,

ପହିଲି ପରଶ ଦିଏ

କାକର ଟୋପାର ପାଣି।

କାର୍ତ୍ତିକର ପୂଣ୍ଯ ବ୍ରତ

ତନୁମନେ ଆଣେ ଶାନ୍ତି,

ମାର୍ଗଶୀର ଲକ୍ଷ୍ମୀ ବ୍ରତ

ଭରିଦିଏ ଗୃହେ ଶକ୍ତି ।

ଶିକ୍ତ ପାଖୁଡାରେ ଥାଏ

ଶିଶିର ବିନ୍ଦୁ ବାସନା,

ମୁକ୍ତାର ଭ୍ରମ ଭରଇ

ମନେ ଆଣେ ଉନ୍ମାଦନା ।

ରାତ୍ରି ନିଦ୍ରା ଦିଏ ସୁଖ

କମ୍ବଳ ପରଶ ପାଇ ,

ପହିଲି ସୁରଜ ଆସେ

ସୁଖ ସମୃଦ୍ଧିକୁ ନେଇ ।

ମନ ଖୋଜେ ଅଗ୍ନିଶିଖା

ଶୀତରୁ ଉଦ୍ଧାର ପାଇଁ ,

ପରିବା ଫଳାଏ ଶୀତ

କ୍ଷେତରେ ଧାନ ଭରଇ ।

ଅତୀତର ସ୍ମୃତି ନେଇ

ଆସିଛି ଶୀତ ଲହରୀ ।

ହୃଦୟେ ଭରଇ ଖୁସି

ସୁଖ ଦୁଃଖକୁ ଆଦରି ।



Rate this content
Log in

Similar oriya poem from Abstract