ନାରୀ ଶିକ୍ଷା
ନାରୀ ଶିକ୍ଷା
ଆସ ଆସ ମୋର ଭାଇ ଭଉଣୀ,
କହିବି ତୁମକୁ ଗୋଟେ କାହାଣୀ ।
ମୀନା ବୋଲି ଜଣେ ଝିଅଟି ଥିଲା ,
ମାଆ ବାପାଙ୍କର ଅଟଇ ଗେହ୍ଲା ।
ଧୀରେ ଧୀରେ ମୀନା ବଡ଼ ହୋଇଲା ,
ପାଠ ପଢିବାକୁ ମନ ସେ କଲା ।
ନାହିଁ କଲେ ମାଆ ସ୍କୁଲ ଯିବୁନି ,
ଝିଅ ମାନେ କେହି ପାଠ ପଢେନି ।
ମନ ଦୁଃଖେ ମୀନା ଘରେ ବସିଲା ,
ମୁହଁ ଲୁଚାଇ ସେ କେତେ କାନ୍ଦିଲା ।
ବାପା ଦେଖିଦେଲେ ଶୁଖିଛି ମୁହଁ,
କି ହୋଇଛି ତୋର ମୋତେ ତୁ କହ ।
ମୀନା ପାଖୁ ବାପା ସବୁ ଶୁଣିଲେ ,
ଗାଁ ଭିତରକୁ ଚାଲି ସେ ଗଲେ ।
ଇସ୍କୁଲ ଦିଦି ଙ୍କୁ ଆଣିଲେ ଡାକି ,
ବୁଝାଇଲେ ଦିଦି ମାଆଙ୍କୁ ଦେଖି ।
ଆଜିକାଲି ଝିଅ ନାହିଁ ପଛରେ ,
ସବୁ କ୍ଷେତ୍ରେ ସିଏ ରହେ ଆଗରେ ।
ଝିଅବି ପଢିବ ପୁଅ ସାଥିରେ ,
ଜୀବନ ଗଢିବ ନିଜ ହାତରେ ।
ମାଆ ବୁଝିଗଲେ ମନ ଖୁସିରେ ,
ବହି ଧରାଇଲେ ମୀନା ହାତରେ ।
ପାଠ ପଢି ଆମେ ସ୍ବାକ୍ଷର ହେବା ,
ନିଜ ଜୀବନକୁ ନିଜେ ଗଢିବା ।
ନାରୀ ସ୍ବାକ୍ଷରତା ବଢିବ ଯେତେ ,
ଦେଶର ଉନ୍ନତି ହୋଇବ ସେତେ ।