STORYMIRROR

Santosh Kumar Misra

Abstract Others

4  

Santosh Kumar Misra

Abstract Others

ଠିକଣା

ଠିକଣା

1 min
328


ଚାଲୁ ଠିକଣାଟି ନିଜର

ସମୟ ଚକ୍ରରେ ଥରେ ବଦଳି ଗଲା ପରେ

ଅଚାନକ ଫିକା ପଡିଯାଏ 

ନିଜ ଚଉହଦିର ସବୁ ଗହଳି-ଚହଳି 

ନୂଆ ଠିକଣାରେ ।


ନୂଆ ନୂଆ ଭାବଦୋସ୍ତିର ସର୍ଜନା ଭିତରେ

ହଜି ଯାଇଥାଏ ପୁରୁଣା ସମ୍ପର୍କମାନ,

ପୁଣି, ଇତିହାସ ହେଇଯାଏ 

ଅନେକ ସୁଖଦ ମୁହୂର୍ତ୍ତ ।   

ତା’ ପରେ 

ଯନ୍ତ୍ରଣା ଦେଇଚାଲେ ଏକଲା ପଣ 

ନୂଆ ଠିକଣାରେ,

ଘାଣ୍ଟି ହୁଏ ଜୀବନ ଚାରିକାନ୍ଥର ବନ୍ଧନି ଭିତରେ 

ଝୁରି ଝୁରି ବିଗତ ମୁହୂର୍ତ୍ତମାନଙ୍କୁ ।


ମନେ ପଡିଯାଏ କୁଢ କୁଢ ଫୁଲମାଳର ସମ୍ଭାର

କାନରେ ଗୁଞ୍ଜରିବାକୁ ଲାଗେ

ଲମ୍ବା ଚଉଡା ପ୍ରଶସ୍ତିଗାନର ମଧୁର ଝଙ୍କାର

ଶିହରେଇ ଦିଏ ଦେହ 

ବିସ୍ମୃତ ମୁହୂର୍ତ୍ତମାନଙ୍କର ତାଳିମାଡ,

କ୍ଷଣିକ ଉନ୍ମାଦନା ଭିତରେ 

କ୍ରମଶଃ ପାସୋର ଯାଏ

ହାତପାଆନ୍ତାରେ ସମୟ ଚକ୍ରରେ 

ପେଷି ହେଉଥିବା

ଆସନ୍ତା କାଲିର ଭବିଷ୍ୟ ।


ବଦଳେଇ ବଦଳେଇ କିନ୍ତୁ ଅନେକ ଠିକଣା

ଠିକି ହୁଏନି ଚିରଦିନ

ଫେରି ଯିବାକୁ ହୁଏ ନିଶ୍ଚୟ ସେହି 

ନିର୍ଦ୍ଦିଷ୍ଟ ଠିକଣାକୁ, 

ଯେଉଁଠି ନୂଆ ପୁରୁଣାର କିଛି ବି ଭେଦ ନଥାଏ 

ସମ୍ପର୍କରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract