STORYMIRROR

Santosh Kumar Misra

Others

3  

Santosh Kumar Misra

Others

ପାନ୍ଥଶାଳା –୧୧

ପାନ୍ଥଶାଳା –୧୧

1 min
203

 


ଖୋଜା ପଡିଛି ଏବେ ଜଣେ କୁଶଳୀ ଧର୍ମପଦଙ୍କୁ

ଯିଏ ମାରିଦେଇ ପାରିବେ ମୁଣ୍ଡି

ଏ ପାନ୍ଥଶାଳାର,

ଏହି ଆମ ଖଣ୍ଡିଆ କୋଣର୍କର।


ସତେ କଅଣ ଫେରେଇ ଆଣି ହେବ

ସବୁ ହୃତ ଗୌରବ

ଜଣେ ନୂଆ ଅନଭିଜ୍ଞ ଧର୍ମପଦଙ୍କର

ନିହଣ ମୂନରେ?

ପରତେ ଯାଉନି ସହଜେ

ଫେରି ଆସିବ ସତେ ସବୁ ମାଧୁର୍ଯ୍ୟ

ଆଉ ସବୁ ଚକମକି, ନିର୍ଦ୍ବନ୍ଦରେ।


ମନେ ତ ରଖିବକୁ ହେବ

ତାଳି ପକା କଥାରେ ଲିଭି ପାରେନା ମନାଗ୍ନି, କିମ୍ବା

ଅନ୍ଥରା ନିହଣରେ ଗଢାଯାଇ ପାରେନା

ସୁନ୍ଦର ସ୍ଥାପତ୍ୟ,

ପାନ୍ଥଶାଳା ବା’ ବାଦ୍‌ ପଡିବ କେମିତି?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍