STORYMIRROR

Santosh Kumar Misra

Others

3  

Santosh Kumar Misra

Others

ପାନ୍ଥଶାଳା – ୧୮

ପାନ୍ଥଶାଳା – ୧୮

1 min
188


ପନ୍ଥଶାଳା

କେବେ ଦିନେ ଅବଶ୍ୟ ରହିଥିଲା କେନ୍ଦ୍ର ବିନ୍ଦୁ

ଜଘନ୍ୟ ସବୁ ଚକ୍ରବ୍ୟୁହର,

ଅଗଣିତ ସମୀକ୍ଷାର, ଅନେକ ଗର୍ଜନ ତର୍ଜନର୤


ଏବେ କିନ୍ତୁ

ବେରଙ୍ଗ ଏକ ଜୀର୍ଣ୍ଣ କଳେବର ସହିତ

ଅହେତୁକ ଭାବେ ନିରବ ସିଏ୤


ମୂକସାକ୍ଷୀ ସିଏ

ଅନେକ ବ୍ୟଭିଚାରର , ଝଟକା ଦେଇ ଗୁମୁରୋଉଥିବା

ଲହୁ-ଲୁହାଣକାରୀ ଦୁଃଖର

ଭଗ୍ନ ଉଋନେଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା

ପ୍ରତ୍ୟେକ ଦୁର୍ଯ୍ୟୋଧନଙ୍କର୤


ଏବେ ଆସିଛି ଚିନ୍ତା

କିଏ ସାଇତିବ ତାର ସବୁ ଦୁର୍ଲ୍ଲଭ ସ୍ମୃତିକୁ

ପାଣ୍ଡୁଲିପିର ପୃଷ୍ଠାରେ

ଆଗାମୀ ପିଢିଙ୍କ ପାଇଁ?, ବା

କିଏ ସଜାଡିବ ଶୃଙ୍ଗାର

ଚଉଷଠି ମସଲାରେ ଜରଜର କରି

ତା’ର ଶୀର୍ଣ୍ଣ ଅବୟବ ପାଇଁ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍