STORYMIRROR

Santosh Kumar Misra

Others

4  

Santosh Kumar Misra

Others

ପାନ୍ଥଶାଳା – ୧୬

ପାନ୍ଥଶାଳା – ୧୬

1 min
205

ପାନ୍ଥଶାଳା – ୧୬ 


ସେହି ବାଟେ ଚାଲି ଗଲା ବେଳେ

ମୁଁ ଟିକିଏ ଚାହିଁ ଦିଏ ତାକୁ

ଚୁପ୍‌କରି ।

ଆଜିବି ଯାଇଛି,

ତା’ ପରିସରର ପ୍ରବେଶ ଦ୍ବାରକୁ

ଲାଗି ରହିଥିବା ରାମ ଗୁଡିଆ ଚା’ ଦୋକାନର

ଭଙ୍ଗା ବେଞ୍ଚ ଉପରେ ବସି

ଚା’ ପିଇଛି।


କାହିଁକି କେଜାଣି,

ହପ୍ତାଏ ପନ୍ଦର ଦିନରେ ଥରେ

ଘେରାଏ ବୁଲି ନଆସିଲେ ତା’ ପରିସରରେ

ଭଲ ଲାଗେନି କିଛି।


ଆଜି କିନ୍ତୁ ମନଟାକୁ ମୋର

ଫିକା କରିଦେଲା ସେ ଚା’ ଦୋକାନୀ,

କହିଦେଲା, ନିଲାମ ହେବ ପାନ୍ଥଶାଳାର ଜମି।


ବୁଝି ପାରୁ ନଥିଲି

ସମ୍ପୂର୍ଣ୍ଣ ହତଶିରୀ ଏ ପରିସରକୁ

ନିଲମରେ ବା କିଏ କାହିଁକି ନେଉଛି?


ମନରେ ଅବଶ୍ୟ ଭୟ ଜନ୍ମୁଥିଲା

ଅନେକ ଗୁଡିଏ ପୁରୁଣା ସୁଖଦ ସ୍ମୃତିର

ଜବରଦସ୍ତ ବିସର୍ଜନ ପାଇଁ।

-----------------------


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍