ପାନ୍ଥଶାଳା – ୧୭
ପାନ୍ଥଶାଳା – ୧୭
ଘମାଘୋଟ ଯୁଦ୍ଧ ଜାରି ରହିଥିଲା
ବୀର ବାଜା ମଧ୍ୟ ଗର୍ଜନ କରୁଥିଲା ଅବିରତ
ରକ୍ତ ଛିଟାରେ ଜରଜର ଥିଲା
ପାନ୍ଥଶାଳା
ଚେଷ୍ଟିତ ଥିଲେ ସବୁ ଯୋଦ୍ଧା
ଅକ୍ତିଆର କରିନେବାକୁ ତା’ର ଶୂନ୍ୟ ସିଂହାସନ
ସୂର୍ଯ୍ୟାସ୍ତର ଯଥେଷ୍ଟ ପୂର୍ବରୁ
କ୍ଷିପ୍ରରୁ କ୍ଷିପ୍ରତର ହେଉଥିଲା
ଯୁଦ୍ଧର ବିଭିଷିକା
ବଳି ପଡୁଥିଲେ ମଶା ମାଛି ମଧ୍ୟ
ସମୟର ଯୂପକାଠରେ
ସ୍ତବ୍ଧ ହେଉଥିଲା ପନ୍ଥଶାଳାର ସରହଦ
ବିକଳରେ ଅପେକ୍ଷା କରୁଥିଲେ ସର୍ବେ
ଅବଶ୍ୟ ଅବତରି ଯିବେ କେହିଜଣେ ଅନନ୍ୟ ଗୌତମ
ଆଣିବାକୁ ଭଟ୍ଟା ସବୁ ଉନ୍ମାଦନାରେ
ଏକ ଶାନ୍ତ ଓ ଶାଶ୍ବତ ଢଙ୍ଗରେ
ଚଣ୍ଡାଶୋକ ସବୁ ରୂପାନ୍ତରିତ ହେବେ
ଧର୍ମାଶୋକରେ,
ପୁଣି ଥରେ ଜନଶୃତି ଗାଇ ଉଠିବ କାଳ କାଳକୁ
ବୁଦ୍ଧଂ ଶରଣଂ ଗଛାମି
ଧର୍ମଂ ଶରଣଂ ଗଚ୍ଛାମି.........