ପାନ୍ଥଶାଳା – ୧୦
ପାନ୍ଥଶାଳା – ୧୦
କେବେ ଦିନେ ହୁଏତ ମନେ ହେଉଥିଲା
ପହଞ୍ଚିଗଲେ ତା’ ଚଉହଦିରେ
ଶୂନ୍ୟ ମୁଣି ସବୁ ଭର୍ତ୍ତି ହେଇ ଯାଇପାରେ
ଦୁର୍ଲଭ ସ୍ବପ୍ନରେ ।
ସେଥିପାଇଁ ହୁଏତ
ବେଳ ଅବେଳରେ ଲାଗୁଥିଲା ଲମ୍ବା ଧାଡି
ନଥାଇ କିଛି ବି ବାଛ ବିଚାର
ଅନେକ ଖୁମ୍ପୁରା ଖୁମ୍ପୁରି ଓ ଟଣା ଓଟରା ପରେ
ଲେଉଟ ଚେହେରା ଉପରେ କିନ୍ତୁ
ଅପ୍ରାପ୍ତିର ଅସ୍ପଷ୍ଟ ଝଲକ
ନିରୁତା ବାରି ହେଇ ଯାଉଥିଲା ।
ଏବେବି କିଛି ଆଶାବାଦୀ ଗ୍ଝେରାଏ ବୁଲି ଆସନ୍ତି
ତା’ ଚଉହଦିରେ
ଅଣ୍ଡାଳି ଚାଲନ୍ତି ନିରୋଳା ମୁହୂର୍ତ୍ତ ମନଙ୍କର ସମାଧି ଭିତରୁ
କିଛି କିଛି ମଉଳା ସ୍ବପ୍ନର ଅବଶୋଷ ।
କିଏ କେତେ ପାଏ ବା ନପାଏ
ତାହା ତ ଏକ ଭିନ୍ନ ପ୍ରଶ୍ନ
କିନ୍ତୁ ଏ କଥା ସତ ଯେ
ସ୍ବପ୍ନ ର ମାୟା ଜାଲରେ ଛନ୍ଦି ଦେଇ ନିଜକୁ
ପ୍ରତିଟି ସ୍ବାର୍ଥପର ମଣିଷ
କୁରୁଳିବାକୁ ଭଲପାଏ ଦେଖି ଦେଖି
ତା’ର ଏ ବିବର୍ତ୍ତିତ ରୂପ ।।