STORYMIRROR

Santosh Kumar Misra

Others

3  

Santosh Kumar Misra

Others

ପାନ୍ଥଶାଳା – ୧୪

ପାନ୍ଥଶାଳା – ୧୪

1 min
227


ଆଶ୍ଚର୍ଯ୍ୟ ହେବାର କିଛି ନାହିଁ୤

ବେଳେ ବେଳେ ଭଙ୍ଗା ମୁଖଶାଳାଟିଏ ବି ଯଥେଷ୍ଟ

ବଖାଣିବାକୁ ପୂର୍ବ ଗାରିମା୤


ମନେ ହୁଏ

ଯଦି କେବେ ସଜାଡି ହେଇଯିବ ତା’ର

ସବୁ ଭଗ୍ନାଂଶ ,

ନିର୍ଦ୍ଦିଷ୍ଟ କିଛି କ୍ରମାଙ୍କରେ

ତାର ଇତିହାସ ହେଇଯାଇପାରେ ଟିକିଏ ନିଆରା୤


ପ୍ରଶ୍ନ ଉଠେ

ବିବର୍ତ୍ତିତ ସମୟର ଧାରାରେ ଏଠି

ଯେତେବେଳେ ଇତିହାସ ତଉଲି ହୁଏ ଏକ

ବିବର୍ଣ୍ଣ ମନର ନିକିତିରେ

କିଛି ସ୍ବାର୍ଥ ଅବ କିଛି ଭୋକର ବିନିମୟରେ

ବିକ୍ଷିପ୍ତ ଭଗ୍ନାଂଶ ସବୁ ବା କିପରି ଛିଡା ହେଇ ପାରିବେ

ନୂଆ ଏକ ଅମୋଘ ରୂପରେ?


ପଣ ପଣ ପଣ୍ଡିତଙ୍କ ବାତୁଳ ଚର୍ଚ୍ଚାରେ

ଜର୍ଜରିତ ତା’ର ସମସ୍ତ ଭଗ୍ନାଂଶ ହଜେଇ ସାରିଲେଣି

ଯୋଡି ହେଇଯିବାର ଦୁର୍ବାର ଆକାଂକ୍ଷା୤

ବରଂ ମଣିଲେଣି ଶ୍ରେୟଷ୍କର ମାଟିରେ ମିଶିଯିବାକୁ

ସଜାଡି ଧରି

ତା’ର ନିଜସ୍ବ ଇତିହାସର ପାଣ୍ଡୁଲିପିକୁ୤



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍