ପାନ୍ଥଶାଳା – ୧୩
ପାନ୍ଥଶାଳା – ୧୩
ବେଳ ଅବେଳରେ ଏକାନ୍ତ ସମୟ ଟିକକ ପାଇଁ
ଖୋଜା ପଡୁଥିଲା ପାନ୍ଥଶଳା
କେବେ କେବେ ପ୍ରାପ୍ତ ନ୍ହୋଇ ପାରିଲେ
ତାର ଏକାନ୍ତ ସାନ୍ନିଧ୍ୟ
ମନସ୍କମ ପୁରଣ କରୁଥିଲା ତା’ ବେଢାରେ ଛିଡା
ପୁରୁଣା ବରଗଛ
ଆଉ ତା’ର ସିମେଣ୍ଟ ତିଆରି ଚଉତରା
ସ୍ବଳ୍ପ ସମୟରେ ଲେଖି ହେଇଯାଉଥିଲା
ଅନେକ କବିତା
ଜୀବନ ଜୀବିକାର କିଛି ଭରାକ୍ରାନ୍ତ ସ୍ଥିତିକୁ ନେଇ
ସମୟର ନିଷ୍ଠୁର ବିବର୍ତ୍ତନରେ ଆଜି
ହତଶିରୀ ହୋଇଯାଇଛି କାଲିର ପାନ୍ଥଶାଳା
ତଥାପି ରହିଛି ଜୀବନ୍ତ କିଛି ଆଶା
ପୁଣି ହୁଏତ ଗୀତିମୟ ହୋଇଉଠିବ ତା’ର ପରିସର
ପୁନଃ ପଲ୍ଲବିତ ହୋଇହୋଇ ଉଠିବେ
ଥୁଣ୍ଟା ବରଗଛମାନେ
ସଜେଇ ହେଇଯିବ ପାନ୍ଥଶାଳା
ସାଧବ ବୋହୂଟିଏ ପରି
ଫୁଲ ତୋଡା ଧରି ପୂର୍ବବତ୍ ସ୍ବାଗତ କରିବାକୁ
ତାର ପ୍ରତିଟି ଅତିଥିଙ୍କୁ
---------