ଭାଗ୍ୟ
ଭାଗ୍ୟ
ହାତୀ ଢାଳିଦିଅନ୍ତା କି
ମୋ ମୁଣ୍ଡେ ସୁନା କଳସ
ରାତାରାତି ବନିଯାନ୍ତି ମହାରଜା
ପ୍ରାଚୁର୍ଯ୍ୟ ଐଶର୍ଯ୍ୟର ରାଜଉଆସେ
ବିତିଯାନ୍ତା ସୁଖେ ଦିନ ସବୁ ।
ଫୁଲ ସିନ୍ଦୁର ଚନ୍ଦନ ଭୋଗ ମାନସିକ କରି
ମୁଣ୍ଡ ପିଟୁଥାଏ ପାଷାଣ ମୂର୍ତ୍ତୀ ଆଗେ
ପାଷାଣ କି ବୁଝେ ମୋ ଦୁଃଖ
ନିଜେ ତ ମାଗି ଆଣିଛି ଲେଖି ମୋ ଭାଗ୍ୟ
କହିବି ବା ଆଉ କାହାକୁ ।
ମାଟି ପାଣି ପବନେ ବଦଳେ ସବୁକିଛି
ଭାଗ୍ୟ କାହିଁକି ଵା ନୁହେଁ
ସମୟଟା ଆଙ୍ଗୁଳି ଠାରେ
ଦେଖାଇ ନିଜ ନିଜର କର୍ମଫଳ ।
ଭୁଲ ପାଇଁ କରିନି କେବେ ପଶ୍ଚାତାପ
ବରଂ ଇର୍ଷାରେ ଜଳିଛି ଖୂବ
ଗୋଡ ଟାଣି ଧରିଛି ଅନ୍ୟମାନଙ୍କର ।
ଭାଗ୍ୟ ବଦଳିଯିବା ଲୋଭେ
ଶରଣ ପଶିଛି କେତେ ସାଧୁ ସନ୍ଥ ପାଶେ
ଜ୍ୟେ।ତିଷର ହସ୍ତରେଖା ଗଣନାରେ
କରି ଶହ ଶହ ଅର୍ଥ ଶ୍ରାଦ୍ଧ
ଲିଭାଇ ଦେବାକୁ କାଳିମା ପାପମାନଙ୍କର ।
।
ପାପ କଣ ଲିଭିଯିବ ଏତେ ସହଜେ
ଗ୍ରହ ଶାନ୍ତି ପୂଜା ପଠନ, ମନ୍ତ୍ରରେ
କାହିଁକିନା
ପ୍ରତ୍ୟେକ କ୍ରିୟାର ଅଛି ତ ପ୍ରତିକ୍ରିୟା
ଭାଗ୍ୟ ବୋଲି କିଛି ନାହିଁ
ଭିକାରୀ ବି କୋଟିପତି
କୋଟିପତି ସାଜେ ଭିକାରୀ ଏଠି
ସବୁରୀ ମୂଳେ ସେଇ ଏକା କର୍ମଫଳ
ଶ୍ରମଛାଡି ଦୋଷ ଲଦେ
କେବଳ ମୁଁ ମୋର ପୋଡାଫଟା କପାଳର ।