STORYMIRROR

Shashanka sekhar Ray

Abstract

3  

Shashanka sekhar Ray

Abstract

ସନ୍ତୁଳନ

ସନ୍ତୁଳନ

1 min
11.3K

ମୋତେ ଖୁବ ସତର୍କତା ସହ 

ଉଠାଇବାକୁ ପଡିବ ଜୀବନକୁ

ଜୀବନ ନୁହେଁ ଏକ ବୋଝ

ଉଠାଇପାରିବାର କଳା ଜଣା ଯାହାକୁ

ତା ପାଇଁ ନୁହେଁ କିଛି କଠିନ କାମ


ଚାଲୁଚାଲୁ ଝୁଣ୍ଟିବା ତ୍ ନିଶ୍ଚୟ

ଝୁଣ୍ଟିବା ଭୟେ ଚାଲିବା ନ ଛାଡିବା

ତତଲା ଜାଉକୁ ପାଖେଇ ପାଖେଇ

ଖାଇଲା ପରି ସନ୍ତର୍ପଣରେ ଆପଣାଇ

ହୃଦୟରେ ଭରିଥିବା ଅସରନ୍ତି ପ୍ରେମ


ଜୀବନଟା ତ୍ ଲାଗିବ ଓଜନିଆ

ଲୁହାଦଣ୍ଡ ଠାରୁ ଆହୁରି ଶକ୍ତିଶାଳୀ

ଧିରେ ଧିରେ ଉଠାଇବାକୁ ହେବ

ଯେତେ କଷ୍ଟ ହେଉନା କାହିଁକି ଆମକୁ 


ସବୁ କଥା ବୁଝିହୁଏନା କି ବୁଝାଇହୁଏନା

ଅମୃତ ବି ମିଳିଯାଏ ସାଗର ଗରଭେ

ସେଥିପାଇଁ ମନ୍ଥନ କରିବାକୁ ହୁଏ 

 ବାରମ୍ଵାର ଆମ ହେହ ସହ ମନକୁ


Rate this content
Log in

Similar oriya poem from Abstract